www.samajalive.in
Friday, December 12, 2025
16.1 C
Bhubaneswar

ଆସନ୍ତା କାଲି ଓଡିଶା ଆସୁଛନ୍ତି ମୋଦୀ ଓ ଯୋଗୀ

ଭୁବନେଶ୍ୱର : ନିର୍ବାଚନ ଯେତିକି ପାଖେଇ ଆସୁଛି, ଜାତୀୟ ନେତାଙ୍କ ଓଡିଶା ଗସ୍ତ ସେତିକି ବଢିବାରେ ଲାଗିଛି । ଏହି କ୍ରମରେ ଆସନ୍ତା କାଲି ବିଜେପିର ଦୁଇ ଜଣ ହେଭିୱଟ୍ ନେତା ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଅସୁଛନ୍ତି । ଓଡିଶାର ବ୍ରହ୍ମପୁରରେ ଆୟୋଜିତ ସମାବେଶରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପୂର୍ବ ନିଦ୍ଧାରିତ ସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଗସ୍ତରେ ସୁନ୍ଦରଗଡରେ ଜନସଭାକୁ ସମ୍ବୋଧିତ କରିବେ । ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଦିନ ପ୍ରାୟ ୨ଟା ବେଳେ ବ୍ରହ୍ମପୁରର ବିବେକ ବିହାରଠାରେ ଜନସଭାରେ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଫେବୃଆରୀ ୨୦ ତାରିଖରେ ଯୋଗୀ ଆଦିତ୍ୟନାଥ ଓଡିଶା ଗସ୍ତରେ ଆସି ଭବାନୀପାଟଣା ସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଏକ ସମାବେଶରେ ଉଦବୋଧନ ଦେଇଥିଲେ । ଆସନ୍ତା ୯ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଓଡିଶା ଗସ୍ତରେ ଦିଗପହଣ୍ଡିରେ ଆୟୋଜିତ ସମାବେଶରେ ଯୋଗ ଦେବେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories