www.samajalive.in
Tuesday, December 9, 2025
16.1 C
Bhubaneswar

ଏମଆଇ ଫ୍ୟାନ ଫେଷ୍ଟିଭାଲ ୨୦୧୯ : ପୋକୋ ଏଫ-୧, ଏମଆଇ ଟିଭିକୁ ରିଆତି ସହ କ୍ରୟ କରିବାର ସୂବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମି ଏମଆଇ ଫ୍ୟାନ ଫେଷ୍ଟିଭାଲର ଆୟୋଜିତ କରିଛି। ଏହାର ଆରମ୍ଭ ଏପ୍ରିଲ ୪ତାରିଖ ରାତିରୁ ଆରମ୍ଭ ହୋଇ ସାରିଛି। ଯାହା ଏପ୍ରିଲ ୬ରେ ଶେଷ ହେବ। ଏହି ସେଲରେ ପୋକୋ ଏଫ-୧, ଏମଆଇ ଟିଭି ଭଳି ଜିନିଷ ଉପରେ ରିଆତି ମିଳିବ। ଏହାବ୍ୟତୀତ ମାତ୍ର ୧ଟଙ୍କାରେ ୪୮ମେଗାପିକ୍ସେଲ କ୍ୟାମେରା ଥିବା ରେଡମି ନୋଟ-୭ ପ୍ରୋ ମଧ୍ୟ ପାଇପାରିବେ। ତେବେ ଆସନ୍ତୁ ଏହି ଅଫର ବିଷୟରେ ଅଧିକ କିଛି ଜାଣିବା।

pic courtesy-Headline zone

ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ, ସିଓମିର ଏହି ସେଲ ଏମଆଇ ଡଟ୍‍ କମ ବ୍ୟତୀତ ଅଫଲାଇନ ଷ୍ଟୋର ଏବଂ ଅନଲାଇନ ଷ୍ଟୋର ଫ୍ଲିପକାର୍ଟ, ଆମାଜନରେ ଉପଲବ୍ଧ ରହିଛି। ଏହି ସେଲରେ ପୋକୋ ଏଫ-୧ର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ୨୨ହଜାର ୯୯୯ଟଙ୍କା ମୂଲ୍ୟର ଫୋନକୁ ୨୦ହଜାର ୯୯୯ଟଙ୍କାରେ କିଣିପାରିବେ।

- Advertisement -
pic courtesy-Hindustan times

ଏହାବ୍ୟତୀତ ଏହି ସେଲରେ ରେଡମି ନୋଟ-୫ପ୍ରୋର ୪ଜିବି ରାମ + ୬୪ଜିବି ଷ୍ଟୋରେଜ ଥିବା ଫୋନ ୧୦ହଜାର ୯୯୯ଟଙ୍କା ଏବଂ ୬ଜିବି ରାମ ଥିବା ମଡେଲ ଫୋନକୁ ୧୧ହଜାର ୯୯୯ଟଙ୍କାରେ କିଣିପାରିବେ। ରେଡମି ନୋଟ-୬ପ୍ରୋର ୧୩ହଜାର ୯୯୯ଟଙ୍କାର ଫୋନକୁ ରିଆତି ଦ୍ୱାରା ୧୦ହଜାର ୯୯୯ଟଙ୍କାରେ କିଣିପାରିବେ।

pic courtesy-the asian age

ଏହି ସେଲରେ ରେଡମି ନୋଟ-୭, ରେଡମି ନୋଟ-୭ପ୍ରୋ ଏବଂ ରେଡମି ଗୋ ମଧ୍ୟ ମିଳିବ। ଏହାସହିତ ରେଡମି-୬, ରେଡମି-୬ପ୍ରୋ, ରେଡମି-୬ଏ ଏବଂ ରେଡମି ୱାଇ-୨କୁ ରିଆତିର ସହ କିଣିପାରିବେ। ଏହି ସେଲରେ ଏମଆଇର ଏଚଆରଏକ୍ସ ଏଡିସନ ବ୍ୟାଣ୍ଡ ୯୯୯ଟଙ୍କାରେ କିଣିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories