www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’

ଆବୁଧାବି : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’ରେ ସମ୍ମାନିତ କରାଯାଇଛି। ୟୁଏଇ ରାଷ୍ଟ୍ରପତି ଖଲିଫା ବିନ୍‍ ଜାୟେଦ ଅଲ ନାହୟାନ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଆବୁଧାବି ରାଜା ତଥା ୟୁଏଇ ସଶସ୍ତ୍ର ବଳର ଉପ-ମୁଖ୍ୟ କମାଣ୍ଡର ସେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନ ଟ୍ୱିଟ୍‍ କରିଛନ୍ତି ଯେ ‘ଭାରତ ସହ ଆମର ଐତିହାସିକ ଏବଂ ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କ ରହିଛି ଓ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଲ୍ଲେଖନୀୟ ଭୂମିକା ଯୋଗୁଁ ଏହି ସମ୍ପର୍କ ଅଧିକ ଦୃଢ ହୋଇଛି। ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୟୁଏଇ ରାଷ୍ଟ୍ରପତି ତାଙ୍କୁ ‘ଜାୟେଦ ମେଡାଲ’ ପ୍ରଦାନ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ‘ଜାୟେଦ ମେଡାଲ’ ରାଜା, ରାଷ୍ଟ୍ରପତି ଏବଂ ଦେଶର ପ୍ରମୁଖ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ଅଟେ। ବିଭିନ୍ନ କ୍ଷେତ୍ରରେ ୟୁଏଇ ଏବଂ ଭାରତ ସମ୍ପର୍କ ଦୃଢ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories