www.samajalive.in
Monday, December 8, 2025
27.1 C
Bhubaneswar

ପାଳଙ୍ଗ ଚାଟ୍‌ ମସଲା

ଆବଶ୍ୟକ ସାମଗ୍ରୀ :

ପାଳଙ୍ଗ ପତ୍ର – ୧୦ଟି

- Advertisement -

ବେସନ – ଅଧା କପ

ଚାଉଳ ଗୁଣ୍ଡ – ୨ ଚାମଚ

ଜୁଆଣି – ସାମାନ୍ୟ

ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ

ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ

ଧନିଆ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ

ଲୁଣ – ଆବଶ୍ୟକ ଅନୁଯାୟୀ

ତେଲ

ପାଣି

ଚାଟ୍‌ ମସଲା ପ୍ରସ୍ତୁତ ପାଇଁ ସାମଗ୍ରୀ :

ଡାଳିମ୍ବ ଦାନା, ଚାଟ ମସଲା, ୧ କପ ଦହି, ଜିରା ପାଉଡର, ମିଠା ଚଟଣି

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ବେସନ, ଚାଉଳ ଗୁଣ୍ଡ, ଜୁଆଣୀ, ଲୁଣ,, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ନିଅନ୍ତୁ। ତାହାକୁ ପାଣି ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ତାପରେ ପାଳଙ୍ଗ ପତ୍ରକୁ ଭଲ ଭାବେ ଧୋଇ ମଝିରୁ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ। ତାପରେ ଗ୍ୟାସରେ କଡେଇ ବସାନ୍ତୁ। କଡେଇରେ ତେଲ ପକାଇ ଗରମ କରନ୍ତୁ। ତାପରେ ପ୍ରସ୍ତୁତ କରି ରଖିଥିବା ଘୋଳରେ ପାଳଙ୍ଗ ପତ୍ର ବୁଡାଇ ତେଲରେ ପକାଇ ଛାଣନ୍ତୁ। ତାହା ଭଲ ଭାବେ ଛାଣି ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ଛାଣି ଥିବା ପାଳଙ୍ଗ ପତ୍ରକୁ ପ୍ଲେଟରେ ସମାନ ଭାବେ ରଖି ତା ଉପରେ ଚାଟ୍‌ ମସଲା ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଳଙ୍ଗ ଚାଟ୍‌ ମସଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories