www.samajalive.in
Tuesday, December 9, 2025
15.1 C
Bhubaneswar

୮ରୁ +୨ ଖାତାଦେଖା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହୋଇଛି। ପରୀକ୍ଷା ସରିବା ପରେ ମୂଲ୍ୟାୟନ ତାରିଖକୁ ନେଇ ପରିଷଦ ପକ୍ଷରୁ ବାରମ୍ବାର ବୈଠକ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ତେବେ ବୁଧବାର ପରିଷଦର ବରିଷ୍ଠ ପଦାଧିକାରୀଙ୍କୁ ନେଇ ବସିଥିବା ବୈଠକରେ ଆସନ୍ତା ୮ରୁ ମୂଲ୍ୟାୟନ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି। ସୂଚନା ମୁତାବକ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ କରାଯିବ। ସମସ୍ତ କେନ୍ଦ୍ରଗୁଡ଼ିକୁ ଦୁଇରୁ ତିନି ଦିନ ମଧ୍ୟରେ ଚିଠି କରି ଅବଗତ କରାଯିବ। ପ୍ରଥମେ ପରୀକ୍ଷା ହୋଇଥିବା ବିଷୟଗୁଡ଼ିକ ପ୍ରଥମେ ମୂଲ୍ୟାୟନ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ବିଷୟଗୁଡ଼ିକ ମୂଲ୍ୟାୟନ କରିବାକୁ ପରିଷଦ ପକ୍ଷରୁ ନିଷ୍ପତ୍ତି ହୋଇଛି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମର ସମସ୍ତ ବିଷୟ ଅନ୍‌ଲାଇନ୍‌ରେ ଏବଂ କଳା, ଧନ୍ଦାମୂଳକ ପାଠ୍ୟକ୍ରମର ସମସ୍ତ ବିଷୟ ଅଫ୍‌ଲାଇନ୍‌ରେ ମୂଲ୍ୟାୟନ କରାଯିବ। କଳା, ବାଣିଜ୍ୟ ଓ ବିଜ୍ଞାନର ସମାନ ପାଠ୍ୟକ୍ରମ ଥିବା ଅଲ୍ଟରନେଟିଭ ଏମ୍‌.ଆଇ.ଏଲ୍‌ ଓ ଗଣିତ, ଆଇଟି, ପରିସଂଖ୍ୟାନ ଭଳି ବିଷୟଗୁଡ଼ିକ ମଧ୍ୟ ଅନ୍‌ଲାଇନ୍‌ରେ ମୂଲ୍ୟାୟନ କରାଯିବ। ମୋଟ ୫୮ଟି କେନ୍ଦ୍ରରେ ଅଫ୍‌ଲାଇନ୍‌ରେ ମୂଲ୍ୟାୟନ ଓ ୩୬ଟି କେନ୍ଦ୍ରରେ ଅନ୍‌ଲାଇନ୍‌ରେ ମୂଲ୍ୟାୟନ କରିବାକୁ ଆପତତଃ ସ୍ଥିର କରାଯାଇଛି।
କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ମୂଲ୍ୟାୟନ କାର୍ଯ୍ୟରେ ମୋଟ ୧୨ ହଜାର ଅଧ୍ୟାପକ/ଅଧ୍ୟାପିକା ନି‌େ‌ୟାଜିତ ହେବେ। ସେହିପରି ୩ ହଜାର ୫ଶହ ଅଧ୍ୟାପକ ବିଜ୍ଞାନ ଓ ୧୦୦୦ ଅଧ୍ୟାପକ ବାଣିଜ୍ୟ ପାଠ୍ୟକ୍ରମର ମୂଲ୍ୟାୟନ କାମରେ ସାମିଲ ହେବେ।
ଏପ୍ରିଲ ଶେଷ ସୁଦ୍ଧା ମୂଲ୍ୟାୟନ ଶେଷ କରି ମେ ତୃତୀୟ ସପ୍ତାହରେ ବିଜ୍ଞାନ ଓ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା କଳା,ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶନ କରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories