ୱାଶିଂଟନ : ଭାରତକୁ ୨୪ଟି ବହୁମୁଖୀ ଏମ୍ଏଚ୍-୬୦ ରୋମିଓ ସିହକ୍ ହେଲିକପ୍ଟର ବିକ୍ରିକୁ ଆମେରିକା ଅନୁମୋଦନ କରିଛି । ୨୪୦କୋଟି ଡଲାର ମୂଲ୍ୟର ୨୪ଟି ବହୁମୁଖୀ ଏମ୍.ଏଚ୍.-୬୦ ରୋମିଓ ସିହକ୍ ହେଲିକପ୍ଟର ଭାରତକୁ ବିକ୍ରି ପାଇଁ ଟ୍ରମ୍ପ୍ ପ୍ରଶାସନ ମଞ୍ଜୁରି ପ୍ରଦାନ କରିଛନ୍ତି ବୋଲି ଆମେରିକା ବୈଦେଶିକ ବିଭାଗ କହିଛି।
ଏହା ବିଶ୍ୱର ସର୍ବାଧୁନିକ ସାମୁଦ୍ରିକ ହେଲିକପ୍ଟର ଭାବେ ବିବେଚିତ ହେଉଛି । ଏହି ହେଲିକପ୍ଟର ଭାରତୀୟ ପ୍ରତିରକ୍ଷା ବାହିନୀ ଯବାନମାନଙ୍କୁ ଉଭୟ ସ୍ଥଳ ଭାଗରେ ଓ ଜଳ ଭାଗରେ ସାହାଯ୍ୟ କରିବ। ଏହି ହେଲିକପ୍ଟର ବିକ୍ରି ମଞ୍ଜୁରି ବିଷୟକୁ ଗତକାଲି ଆମେରିକା ସରକାର କଂଗ୍ରେସକୁ ଅବଗତ କରାଇଥିଲେ। ଏହି ହେଲିକପ୍ଟର ବିକ୍ରି ଭାରତ ଆମେରିକା ଭାଗିଦାରୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆମେରିକା ବୈଦେଶିକ ବିଭାଗ କଂଗ୍ରେସକୁ ଏକ ବିଜ୍ଞପ୍ତିରେ କହିଛି।



