mission shakti banner

ମଦ୍ୟପ ସ୍ୱାମୀର ମାଡରେ ସ୍ତ୍ରୀର ମୃତ୍ୟୁ, ଅଭିଯୁକ୍ତ ଗିରଫ

BSKY banner  750×100
0

କଲମପୁର :  ମଦ୍ୟପ ସ୍ୱାମୀର ବିଧା ଗୋଇଠା ମାଡରେ ସ୍ତ୍ରୀର ଶୋଚନୀୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଦୁଇ ଦିନ ପରେ ମୃତକଙ୍କ ଭାଇ ଥୁଆମୁଳ ରାମପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ  ମ଼ୃତ ଶରୀର ଉଦ୍ଧାର କରିଛି ।ଏହି  ଘଟଣା ସମଗ୍ର ଥୁଆମୁଳ ରାମପୁର  ଅଞ୍ଚଳରେ  ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ଗତ ସୋମବାର ବିଳମ୍ବିତ ରାତିରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ କିଆପଦର ପଞ୍ଚାୟତ,  ନିଗୁନଗୁଡା ଗ୍ରାମର ଗୁରୁଙ୍ଗୁ ମାଝୀ ନିଜ ଗ୍ରାମର ଏକ ବିବାହ ଭୋଜିରେ  ପ୍ରଚୁର ମଦ୍ୟପାନ କରିଥିଲେ । ନିଶାସକ୍ତ ଅବସ୍ଥାରେ ସେ ଘରକୁ ଫେରି ନିଜ ସ୍ତ୍ରୀ ଲକ୍ଷ୍ମୀ (୩୫) ସହିତ ଝଗଡା କରିଥିଲା। ଏହାପରେ ଗୁରୁଙ୍ଗୁ,  ଲକ୍ଷ୍ମୀକୁ ବିଧା ଗୋଇଠା ମାଡ ମାରିଥିବା ଅଭିଯୋଗ ହୋଇଛି। ପ୍ରବଳ ମାଡ ଯୋଗୁଁ   ଲକ୍ଷ୍ମୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଏହାପରେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ ହେଇଥିଲା । ମୃତକଙ୍କ ଭାଇ ସୁନା ମାଝୀ ବୁଧବାର ଅପରାହ୍ନରେ ଥୁଆମୁଳ ରାମପୁର ପୁଲିସ ଥାନାରେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅଭିଯୋଗ କରିଥିଲେ । ନିଜ ଭିଣୋଇର ବିଧା ଗୋଇଠା ମାଡରେ ଭଉଣୀର ମୃତ୍ୟୁ ହେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥୁଆମୁଳ ରାମପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି  ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରିବା ପାଇଁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।  ପୁଲିସ  ଅଭିଯୁକ୍ତ ଗୁରୁଙ୍ଗୁକୁ ଗିରଫ  କରିଛି ।

Leave A Reply