ସାମ୍ନାକୁ ଆସିଲା ହିମେଶ୍ ରେଶମିଆଙ୍କ ‘ମୈ ଜାହାଁ ରହୁଁ’ର ପ୍ରଥମ ଲୁକ୍
ମୁମ୍ବଇ: ବଲିଉଡ଼ର ଅଲରାଉଣ୍ଡର ଭାବେ ପରିଚିତ ହିମେଶ୍ ରେଶମିଆଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମୈ ଜାହାଁ ରହୁଁ’ର ପ୍ରଥମ ଲୁକ୍ ସୋମବାର ସାମ୍ନାକୁ ଆସିଛି। ହିମେଶ୍ ନିଜେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ଶେୟାର କରିଛନ୍ତି। ଏଥିରେ ସେ ଟ୍ରଲି ବ୍ୟାଗ୍ ଧରି କେଉଁଠିକୁ ଯାଉଥିବା ଦେଖିବାକୁ ମିଳିଛି। ତେବେ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଏଯାବତ୍ ଘୋଷଣା ହୋଇନଥିଲେ ମଧ୍ୟ ଏହା ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ଚଳଚ୍ଚିତ୍ରର ଶୁଟିଂ ଚଳିତ ବର୍ଷ ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହାର ନିର୍ଦ୍ଦେଶନା ଭାର ବହନ କରିବେ ରାଜେଶ୍ ସେଟ୍ଟୀ।
ଉଲ୍ଲେଖଯୋଗ୍ୟ, ନିଜ ସଙ୍ଗୀତ ଦ୍ବାରା ହିମେଶ ବଲିଉଡ଼ରେ ଅନେକ ସଫଳତା ଅର୍ଜନ କରିଛନ୍ତି। ଏହାବ୍ୟତୀତ ସେ ଚଳଚ୍ଚିତ୍ର ନିର୍ମାଣ, ନିର୍ଦ୍ଦେଶନା ଓ ଅଭିନୟ କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି। ହେଲେ ଯେତେ ସଫଳତା ସେ ସଙ୍ଗୀତ କ୍ଷେତ୍ରରେ ପାଇଛନ୍ତି, ଅଭିନୟ କ୍ଷେତ୍ରରେ ତାହା ପାଇପାରି ନାହାନ୍ତି। ମାତ୍ର ଏଥିରେ ହାର ନମାନି ହିମେଶ୍ ପୁଣିଥରେ ଅଭିନୟ କ୍ଷେତ୍ରକୁ ଫେରୁଛନ୍ତି।
Comments are closed.