www.samajalive.in
Thursday, December 11, 2025
18.1 C
Bhubaneswar

ଅଜୟଙ୍କ ଜନ୍ମଦିନ ଅବସରରେ ରିଲିଜ୍ ହେଲା ‘ଦେ ଦେ ପ୍ୟାର ଦେ’ର ଟ୍ରେଲର

ମୁମ୍ବଇ : ଅଜୟ ଦେବଗନଙ୍କ ୫୦ତମ ଜନ୍ମଦିନ ଅବସରରେ ମଙ୍ଗଳବାର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର ଦେ’ ର ଟ୍ରେଲର ରିଲିଜ୍ ହୋଇଛି। ଏହା ଏକ ଫ୍ୟାମିଲି କମେଡ଼ି ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ଏଥିରେ ଅଜୟ ଏମିତି ଜଣେ ସ୍ବାମୀଙ୍କ ଭୂମିକାରେ ଅବତୀର୍ଣ୍ଣ ଯିଏ ନିଜ ପିଲାଙ୍କ ବୟସର ଜଣେ ଝିଅ ସହ ପ୍ରେମରେ ପଡ଼ିଯାଇଛନ୍ତି। ଚଳଚ୍ଚିତ୍ରରେ ଅଜୟଙ୍କ ବ୍ୟତୀତ ତବୁ ଓ ରକୁଲପ୍ରୀତ୍ ସିଂହ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଅଜୟଙ୍କ ପ୍ରଥମ ପତ୍ନୀ ଭୂମିକାରେ ତବୁ ଅଭିନୟ କରିଥିବା ବେଳେ କମ୍ ବୟସର ପ୍ରେମିକା ସାଜିଛନ୍ତି ରକୁଲପ୍ରୀତ୍। କମ୍ ବୟସର ପ୍ରେମିକାକୁ ନେଇ ଅଜୟ କିପରି ନିଜ ପିଲା, ମାଆ-ବାପା ଓ ବନ୍ଧୁଙ୍କ ସାମ୍ନା କରୁଛନ୍ତି ତାହା ୩ ମିନଟ୍ ୧୭ ସେକେଣ୍ଡର ଏହି ଟ୍ରେଲରରେ ଦେଖିବାକୁ ମିଳିଛି। ଏଥିସହିତ ତାଙ୍କ ପତ୍ନୀ କିପରି ପ୍ରେମରେ ବାଧକ ସାଜୁଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିଛି।

- Advertisement -

‘ମି ଠୁ’ ଅଭିଯୋଗରେ ଫଶିଥିବା ଆଲୋକନାଥ ଏଥିରେ ଅଜୟଙ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ଜାବେଦ ଜାଫରୀ ଓ ଜିମ୍ମୀ ଶେରଗିଲଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଟି-ସିରିଜ୍ ଓ ଲଭ୍ ଫିଲ୍ମସର ମିଳିତ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ଦେଶନା ଭାର ଅକିଭ୍ ଅଲ୍ଲୀ ବହନ କରିଛନ୍ତି। ଏହା ଚଳିତ ବର୍ଷ ମେ ୧୭ରେ ମୁକ୍ତିଲାଭ କରିବ।
.

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories