www.samajalive.in
Thursday, December 11, 2025
18.1 C
Bhubaneswar

ଜାଣନ୍ତୁ କେଉଁ ରଙ୍ଗର ଫଳ ଖାଇଲେ, ଶରୀରକୁ ମିଳେ କି ଲାଭ

ଖାଦ୍ୟ ପଦାର୍ଥରେ ପ୍ରତେକଙ୍କ ପସନ୍ଦ ଅଲଗା ଅଲଗା ହୋଇଥାଏ। କିଛି ଖାଦ୍ୟ ଆମେ ଖାଇବାକୁ ପସନ୍ଦ କରୁଥିବା ବେ​‌ଳେ କିଛି ଖାଦ୍ୟ ଆମେ ପସନ୍ଦ କରୁନାହୁଁ। କିନ୍ତୁ ଖାଦ୍ୟ ତାଲିକାରେ ବିଭିନ୍ନ ରଙ୍ଗର ଫଳ ବା ପନିପରିବା ସାମିଲ କରିବା ଲାଭଦାୟକ ଅଟେ। କାରଣ ବିଭିନ୍ନ ଫଳ ବା ପନିପରିବା​‌ରେ ଭିନ୍ନଭିନ୍ନ ପୋଷକତତ୍ତ୍ବ ରହିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ରଙ୍ଗର ଫଳ ବା ପନିପରିବା ଖାଇଲେ ଶରୀରକୁ କି ଲାଭ ମିଳେ।

ନାଲି ରଙ୍ଗର ଫଳ: ଯେପରି ତରଭୁଜ, ଟମାଟୋ, ଭିତର ନାଲି ଥିବା ପିଜୁଳି, ଷ୍ଟବେରୀ, ରସବେରୀ, ବିଟ୍ ଆଦି ଫଳ ହୃଦଘାତ ଜନିତ ରୋଗରୁ ରକ୍ଷା କରେ।

- Advertisement -

ସବୁଜ ରଙ୍ଗର ଫଳ: ସବୁଜ ରଙ୍ଗର ପନିପରିବା ଓ ଶାଗ ଜାତୀୟ ଖାଦ୍ୟ ଶରୀର ପାଇଁ ଲାଭଦାୟକ ଅଟେ । ଏହା ଯକୃତ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଗାଢ ବାଇଗଣ ରଙ୍ଗ: ଯେପରି ବାଇଗଣ, କଳା ଅଙ୍ଗୁର, ପିଅଜ, ଜାମୁକୋଳି ଏବଂ ବାଇଗଣୀ ରଙ୍ଗର ବନ୍ଧାକୋବି ଆଦି ମସ୍ତିଷ୍କକୁ ଅଧିକ କ୍ରିୟାଶୀଳ ବା କାର୍ଯ୍ୟଦକ୍ଷ କରେ।

କଳା ରଙ୍ଗର ଫଳ: କଳା ଚେରୀ ଓ କଳା ଅଲିଭ୍ ଆଦି ଫଳ ବୃକକ୍ କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଧଳା ରଙ୍ଗର ଫଳ: ରସୁଣ, ଆଳୁ ଓ ଧଳା ରଙ୍ଗର ଛତୁ ଶରୀର ପାଇଁ ଉତ୍ତମ ଅଟେ।

କମଳା ରଙ୍ଗ: କମଳାରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ। ଯାହା ତ୍ବଚା ଓ ପୁରା ଶରୀର ପାଇଁ ବହୁତ ଫଳପ୍ରଦ ଅଟେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories