ଭୁବନେଶ୍ବର : ମୋଦୀ ସରକାର ଦେଶର ଧନୀ ଓ ପୁଞ୍ଜିପତିମାନଙ୍କ ପାଇଁ ଚୌକିଦାରୀ କରିଛନ୍ତି। ଗତ ପାଞ୍ଚ ବର୍ଷ ଧରି କେନ୍ଦ୍ରର ମୋଦୀ ସରକାର କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି ବରଂ କୌଣସି ପ୍ରତିଶୃତି ପୂରଣ କରି ନାହାନ୍ତି ବୋଲି ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ କହିଛନ୍ତି।
ଭୁବନେଶ୍ବରରେ ଆୟୋଜିତ ନିର୍ବାଚନୀ ସଭାରେ ମାୟାବତୀ, ମୋଦୀଙ୍କ ଉପରେ ବର୍ଷିଛନ୍ତି । କଳାଧନ ରୋକିବା ଠାରୁ ଆରମ୍ଭ କରି ଦେଶରେ ଦୁର୍ନୀତି ରୋକିବାରେ ମଧ୍ୟ ମୋଦୀ ସରକାର ବିଫଳ ହୋଇଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି। ମୋଦୀ ଲୋକଙ୍କୁ ଦେଇଥିବା ପ୍ରତିଶୃତିର ହିସାବ ଦେବା ବଦଳରେ ଗୁଳି-ଗୋଳା, ଚୀନ-ପାକିସ୍ତାନ କଥା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ମାୟାବତୀ ଅଭିଯୋଗ କହିଛନ୍ତି। ତେଣୁ ଆଉ ମୋଦୀ ସରକାର ନୁହେଁ (ନୋ’ ମୋର ମୋଦୀ ସରକାର) ବୋଲି ସେ ଘୋଷଣା କରିଛନ୍ତି।
ସେହିପରି ଓଡ଼ିଶାରେ ଦଳିତ, ପଛୁଆ ବର୍ଗର ଲୋକେ ଅବହେଳିତ ହୋଇ ରହିଛନ୍ତି ବୋଲି ମାୟାବତୀ କହିଛନ୍ତି । ତେଣୁ ଗରିବ, ଦଳିତ ଓ ପଛୁଆ ବର୍ଗର ବିକାଶ ପାଇଁ ବହୁଜନ ସମାଜ ପାର୍ଟିକୁ ଜିତାଇବା ପାଇଁ ସେ ନିବେଦନ କରିଛନ୍ତି।



