ଶ୍ୱଶୁର ଚନ୍ଦ୍ରିକା ରାୟଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ତେଜପ୍ରତାପଙ୍କ ଘୋଷଣା
ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯଦାବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ନିଜ ପରବାର ଏବଂ ଦଳ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଥମ ସେ ଦଳ ଦ୍ୱାରା ବିହାରର ଲୋକସଭା ଆସନ ପାଇଁ ଘୋଷିତ ପ୍ରାର୍ଥୀଙ୍କୁ ନେଇ ପ୍ରଶ୍ନ କରିଥିଲେ। ଏହାସହ ଜାହ୍ନାବାଦ ଏବଂ ଶିବହାର ଲୋକସଭା ଆସନରୁ ସେ ପ୍ରାର୍ଥୀ ଦେବେ ବୋଲି କହିଥିଲେ। ଏବେ ସେ ସାରଣ ଲୋକସଭା ଆସନର ଆରଜେଡି ପ୍ରାର୍ଥୀ ତଥା ନିଜ ଶ୍ୱଶୁର ଚନ୍ଦ୍ରିକା ରାୟଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ତେଜପ୍ରତାପ ସୋମବାର କହିଛନ୍ତି ଯେ ସାରଣ ଲୋକସଭା ମଣ୍ଡଳୀର ହେଉଛି ତାଙ୍କ ବାପା ଲାଲୁ ପ୍ରସାଦ ଯାଦବ ଏବଂ ମା’ ରାବିଡୀ ଦେବୀଙ୍କ ଆସନ। ତେଣୁ କୌଣସି ବାହାର ଲୋକଙ୍କୁ ସେ ଏଠାରେ ନିର୍ବାଚନ ଲଢିବାକୁ ଦେବେ ନାହିଁ। ସାରଣରୁ ବାହାର ପ୍ରାର୍ଥୀ ଦେଇ ଦଳ ବିଜେପିକୁ ଜିତିବାରେ ସାହଯୋଗ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ସେ ନିଜ ଶ୍ୱଶୁର ଚନ୍ଦ୍ରିକ ରାୟଙ୍କ ବିରୋଧରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି।
Comments are closed.