ଆସନ୍ତାକାଲି ବ୍ୟାଙ୍କ ଅଫ୍ ବରୋଦାରେ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ
ନୂଆଦିଲ୍ଲୀ : ଦେଶର ତୃତୀୟ ସର୍ବବୃହତ୍ ବ୍ୟାଙ୍କ ସୃଷ୍ଟି କରିବା ଲକ୍ଷ୍ୟରେ ଏପ୍ରିଲ ପହିଲା ସୋମବାର (ଆସନ୍ତାକାଲି)ଠାରୁ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର, ବ୍ୟାଙ୍କ ଅଫ୍ ବରୋଦାରେ ମିଶ୍ରଣ ଘଟିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ଗ୍ରାହକ ଓ ଜମାକାରୀମାନେ ଏପ୍ରିଲ ପହିଲାରୁ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ଭାବେ ବିବେଚିତ ହେବେ। ଏହି ମିଶ୍ରଣକୁ ସୁରୁଖୁରୁରେ ସମ୍ପୂର୍ଣ୍ଣ କରିବାପାଇଁ ଅତିରିକ୍ତ ଖର୍ଚ୍ଚ ତୁଲାଇବା ସକାଶେ ବ୍ୟାଙ୍କ ଅଫ୍ ବରୋଦାର ପୁଞ୍ଜି ଭିତ୍ତିଭୂମି ବୃଦ୍ଧି କରିବା ଲକ୍ଷ୍ୟରେ ଗତ ସପ୍ତାହରେ ସରକାର ୫ ହଜାର ୪୨ କୋଟି ଟଙ୍କା ବ୍ୟାଙ୍କ ଅଫ୍ ବରୋଦାରେ ଲଗାଇଛନ୍ତି।
ଏହି ମିଶ୍ରଣ ଯୋଜନା ଅଧୀନରେ ବ୍ୟାଙ୍କ ଅଫ୍ ବରୋଦାର ୧ ହଜାର ଅଂଶଧନ ମଧ୍ୟରୁ ବିଜୟା ବ୍ୟାଙ୍କର ୪୦୨ ଅଂଶଧନ ଏବଂ ଦେନା ବ୍ୟାଙ୍କର ୧୧୦ ଅଂଶଧନ ରହିବ। ଏହାଦ୍ୱାରା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆଇସିଆଇସିଆଇ ବ୍ୟାଙ୍କ ପରେ ଏହା ଦେଶର ତୃତୀୟ ସର୍ବବୃହତ୍ ବ୍ୟାଙ୍କ ହେବ।