www.samajalive.in
Saturday, December 6, 2025
26.1 C
Bhubaneswar

ଯୋଧପୁରଠାରେ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଯୋଧପୁର : ରାଜସ୍ଥାନର ଯୋଧପୁରଠାରେ ରବିବାର ଦିନ ଭାରତୀୟ ବାୟୁ ସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ତେବେ ବିମାନର ପାଇଲଟ ପାରାଚ୍ୟୁଟ ଯୋଗେ ସୁରକ୍ଷିତ ଭାବେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ବିମାନ ଦୁର୍ଘଟଣାରେ ଧନଜୀବନର କୌଣସି କ୍ଷତି ହୋଇନାହିଁ। ଏହି ମାମଲାର ତଦନ୍ତ ନିର୍ଦେଶ ଦିଆଯାଇଛି।
ମିଗ-୨୭ ଯୁଦ୍ଧ ବିମାନ ସିରୋହିର ଗୋଣ୍ଡାନା ଶିବଗଞ୍ଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ ନିୟମିତ ଅଭିଯାନ ପାଇଁ ବାୟୁ ସେନା ଘାଟିରୁ ସକାଳ ପ୍ରାୟ ୧୧ଟା ୪୫ ସମୟରେ ବିମାନଟି ଉଡ଼ାଣ ଭରିଥିଲା । କିଛି ସମୟ ପରେ ପାଇଲଟଙ୍କୁ ବିମାନ ଇଞ୍ଜିନ ଖରାପ ଥିବାର ସଂକେତ ମିଳିଥିଲା। ଏହାପରେ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ। କିଛି ଦୂର ଯିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା। ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ରାଜସ୍ଥାନର ବିକାନେର ଜିଲାରେ ବାୟୁସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories