www.samajalive.in
Saturday, December 6, 2025
16.1 C
Bhubaneswar

କାର୍ ଧକ୍କାରେ ସାଇକେଲ ଚାଳକ ମୃତ, ୪ ଆହତ

ଗୋପ : ପିପିଲି-କୋଣାର୍କ ରାସ୍ତାର ବେଗୁନିଆ ଛକଠାରେ ରବିବାର ଏକ କାର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଗୋପ ଥାନା ଏରବଙ୍ଗ ପଞ୍ଚାୟତ ସ୍ଥିତ ପାଟଳିଆ ଗ୍ରାମର ରବି ଭୋଇ(୫୮) ସକାଳେ ବେଗୁନିଆ ଛକ ଆସୁଥିବା ବେଳେ କୋଣାର୍କକୁ ଯାଉଥିବା ଏକ ପର୍ଯ୍ୟଟକ କାର ଭାରସାମ୍ୟ ହରାଇ ତାଙ୍କୁ ସମ୍ମୁଖରୁ ଧକ୍କା ଦେଇ ଏକ ନଡ଼ିଆ ଗଛରେ ପିଟି ହୋଇଯାଇଥିଲା। ଏଥିରେ ରବିଙ୍କ ମୃତ୍ୟୁ ଘଟିଥିବାବେଳେ କାରରେ ଥିବା ୪ ପର୍ଯ୍ୟଟକ ଆହତ ହୋଇଛନ୍ତି। ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ପିପିଲି-କୋଣାର୍କ ରାସ୍ତାକୁ ଅବରୋଧ କରିଥିଲେ। ଗୋପ ପୁଲିସ, ରାଜସ୍ୱ ବିଭାଗ କର୍ମଚାରୀ, ସ୍ଥାନୀୟ ସରପଞ୍ଚ ରାସ୍ତାରୋକସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରେଡ଼କର୍ସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories