ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରବିବାର ଓ ସୋମବାର ଉତ୍ତର ଓଡ଼ିଶାରେ ଏହି କାଳବୈଶାଖୀ ଆଶଙ୍କା ଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଏଭଳି ପାଗ ଲାଗି ରହିବା ନେଇ ଜଣାପଡ଼ିଛି। ଶନିବାର ୬ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଥିଲା। ଆଗକୁ ମଧ୍ୟ ବିଭିନ୍ନ ସ୍ଥାନରେ ୪୦ ଡ଼ିଗ୍ରୀ ଉପରେ ପାରଦ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଠାରୁ ସୂଚନା ମିଳିଛି।
Popular Categories



