www.samajalive.in
Saturday, December 13, 2025
23.1 C
Bhubaneswar

ଆଜଲାନ୍‍ ଶାହା କପ୍‍ ହକି : ଭାରତ ଓ କୋରିଆ ମଧ୍ୟରେ ଫାଇନାଲ ମୁକାବିଲା

ଇପୋ : ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଶନିବାର ସୁଲ୍‍ତାନ ଆଜଲାନ୍‍ ଶାହା କପ୍‍ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।  ମାଲେସିଆର ଇପୋଠାରେ ଚାଲିଥିବା ଏହି ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୬ଟା ୦୫ ମିନିଟରେ ଆରମ୍ଭ ହେବ।

ଶୁକ୍ରବାର ଅନୁଷ୍ଠିତ ଶେଷ ଲିଗ୍‍ ମ୍ୟାଚରେ ଭାରତ ପୋଲାଣ୍ଡ୍‍କୁ ୧୦-୦ ଗୋଲରେ ପରାସ୍ତ କରିଥିଲା। ୫ ଥର ଏହି
ଟୁର୍ଣ୍ଣାମେଣ୍ଟ୍‍ର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଭାରତ ୫ଟି ଲିଗ୍‍ ମ୍ୟାଚ୍‍ରୁ ୪ଟିରେ ବିଜୟ ହାସଲ କରିଥିବାବେଳେ ଗୋଟିଏ ମ୍ୟାଚ୍‍ ଅମୀମାଂସିତ ରଖି ମୋଟ ୧୩ ପଏଣ୍ଟ୍‍ ହାସଲ କରିଛି।
ଟୁର୍ଣ୍ଣାମେଣ୍ଟ୍‍ରେ ତୃତୀୟ ଓ ଚତୁର୍ଥ ସ୍ଥାନ ଲାଗି ମାଲେସିଆ ଓ କାନାଡ଼ା ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ମାଲେସିଆ ୪-୨ରେ କାନାଡାକୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଛି। ସେହିପରି ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ  ପୋଲାଣ୍ଡ ଓ ଜାପାନ୍‍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଜାପାନ, ପୋଲାଣ୍ଡକୁ ୬-୧ ଗୋଲରେ ପରାସ୍ତ କରିଛି।

- Advertisement -

ସେହିପରି ଶୁକ୍ରବାର ଅନୁଷ୍ଠିତ ଅନ୍ୟ ମ୍ୟାଚ୍‍ଗୁଡ଼ିକରେ ଦକ୍ଷିଣ କୋରିଆ ଜାପାନକୁ ୪-୨ରେ ଏବଂ ମାଲେସିଆ କାନାଡ଼ାକୁ ୩-୨ ଗୋଲ୍‍ରେ ପରାସ୍ତ କରିଛନ୍ତି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories