www.samajalive.in
Wednesday, December 10, 2025
16.1 C
Bhubaneswar

ପଞ୍ଜାବରେ  ମହିଳା ଔଷଧ ନିରୀକ୍ଷକଙ୍କୁ ଗୁଳି କରି ହତ୍ୟା

ଚଣ୍ଡୀଗଡ଼..-  ପଞ୍ଜାବର ମୋହାଲିରେ ଜଣେ ମହିଳା ଔଷଧ ନିରୀକ୍ଷଙ୍କୁ  ଗୁଳି କରି ହତ୍ୟା କରାଯାଇଛି । ସେ ଏକ ଔଷଧ ଦୋକାନର ପଞ୍ଜୀକରଣକୁ    ବାତିଲ କରିଦେବାରୁ ତାଙ୍କୁ ଜଣେ ଦୋକାନୀ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ମୃତ ଔଷଧ ନିରୀକ୍ଷଙ୍କ ନାମ ନେହା ଶୌରୀ ।

୧୦ ବର୍ଷ ତଳେ  ବଲବିନ୍ଦର ସିଂଙ୍କ  ଔଷଧ ଦୋକାନ ଉପରେ ପୁଲିସ ଚଢଉ କରିଥିଲା । ଔଷଧ ନିରୀକ୍ଷକ ନେହା ଏହାପରେ ଦୋକାନର ପଞ୍ଜୀକରଣ ବାତିଲ କରିଦେଇଥିଲେ । ଆଦାଲତରେ ଏ ନେଇ ଏକ ମାମଲା ରୁଜୁ କରିଥିଲେ ।

- Advertisement -

ବଲବିନ୍ଦର ଏକ ବନ୍ଧୁକ ସହ ନେହାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ହାପି ହୋଲି କହିବା ସହ ଦୁଇଟି ଗୁଳି ଚଳାଇଥିଲା । ଗୋଟିଏ ଗୁଳି ନେହାଙ୍କ ମୁଣ୍ଡରେ ବାଜିଥିବା ବେଳେ ଆଉ ଗୋଟିଏ ତାଙ୍କ ଛାତିରେ ବାଜିଥିଲା ।  ବଲବିନ୍ଦର ସେଠାରୁ ଫେରାର ହେବା ପାଇଁ ଚେଷ୍ଟା କରିଥିଲା । ମାତ୍ର ଅନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟର ପ୍ରବେଶଦ୍ୱାର ବନ୍ଦ କରି ଦେଇଥିଲେ । ବଲବିନ୍ଦର ଧରାପଡିଯିବା ଭୟରେ ନିଜ ମୁଣ୍ଡ ଓ ଛାତିକୁ ଗୁଳି କରିଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଏକ ହତ୍ୟା ମାମାଲା ରୁଜି କରି ଘଟଣାର ତଦନ୍ତ  କରୁଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories