www.samajalive.in
Saturday, December 13, 2025
14.1 C
Bhubaneswar

ଆରଏସଏସ ନିଷେଧାଦେଶ ସମ୍ବନ୍ଧିତ ଫାଇଲ ଗାଏବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆରଏସଏସ)କୁ ୧୯୪୮ ମସିହାରେ ନିଷିଦ୍ଧ ଘୋଷଣା କରିବା ଓ ୧୯୪୯ରେ ନିଷେଧାଦେଶ ପ୍ରତ୍ୟାହାର କରିବା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ ଫାଇଲ ମିଳୁ ନଥିବା ଜଣାପଡିଛି। ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ୧୯୪୮ରେ ଆରଏସଏସକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ଦିଲ୍ଲୀର ସୂଚନା ଅଧିକାର କର୍ମୀ ଭେଙ୍କଟେଶ ନାୟକଙ୍କ ଦ୍ୱାରା ୧୯୪୯ରେ ଆରଏସଏସ ଉପରୁ ନିଷେଧାଦେଶ ପ୍ରତ୍ୟାହାର ସମ୍ପର୍କିତ ଫାଇଲ ଖୋଳତାଡ଼ କରିବା ବେଳେ ଏହି ସୂଚନା ମିଳିଛି। ଭେଙ୍କଟେଶ ୧୯୪୯ରେ ଭାରତୀୟ ଜାତୀୟ ଗ୍ରନ୍ଥାଗାରରେ ଗବେଷଣା କରୁଥିଲେ।

ସୂଚନା ଅଧିକାର ବଳରେ ଏହି ତଥ୍ୟ ପାଇଁ ଆବେଦନ କରିବା ପରେ ଜଣାପଡିଛି ଯେ, ଗୃହ ମନ୍ତ୍ରାଳୟ ସେ ସମ୍ପର୍କିତ କାଗଜପତ୍ର ଏ ପର୍ଯ୍ୟନ୍ତ ଗ୍ରନ୍ଥାଗାରକୁ ହସ୍ତାନ୍ତର କରି ନାହିଁ। ଗୃହ ମନ୍ତ୍ରାଳୟ ମଧ୍ୟ ସେହି ଫାଇଲ ମନ୍ତ୍ରାଳୟ ପାଖରେ ନ ଥିବା କହିଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories