www.samajalive.in
Friday, December 12, 2025
19.1 C
Bhubaneswar

ଲଣ୍ଡନ କୋର୍ଟରେ ପଳାତକ ନୀରବ ମୋଦୀର ଜାମିନ ଖାରଜ

ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ର ବହୁ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ଜାମିନ ଆବଦନ ଶୁକ୍ରବାର ଲଣ୍ଡନ କୋର୍ଟରେ ଖାରଜ ହୋଇଯାଇଛି। ଫଳରେ ନୀରବ ମୋଦୀଙ୍କୁ ଆଉ କିଛି ଦିନ ଲଣ୍ଡନ ଜେଲରେ ବିତାଇବାକୁ ପଡ଼ିବ। ଲଣ୍ଡନ କୋର୍ଟ ଏହାକୁ ‘ଅସାମାନ୍ୟ ଠକେଇ’ ମାମଲା ବୋଲି କହିଛନ୍ତି।
ଲଣ୍ଡନ ୱେଷ୍ଟମିନିଷ୍ଟର କୋର୍ଟରେ ଶୁଣାଣି ବେଳେ ବହୁତ ଆଶ୍ଚର୍ଯ୍ୟଜନକ କଥା ପଦାକୁ ଆସିଥିଲା। ଭାରତୀୟ ପ୍ରାଧିକରଣ ପକ୍ଷରୁ ମାମଲା ଲଢୁଥିବା କ୍ରାଉନ ଓକିଲ ଟିଭି କ୍ୟାଣ୍ଡମ୍ୟାନ କହିଥିଲେ ଯେ ନୀରବ ମୋଦୀ ଜଣେ ସାକ୍ଷୀ ଆଶିଷ ଲାଡଙ୍କୁ ଡାକି ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ନୀରବ ମୋଦୀ ଭାରତୀୟ ତଦନ୍ତକାରୀ ଦଳଙ୍କୁ ତଦନ୍ତରେ କୌଣସି ପ୍ରକାର ସହଯୋଗ କରୁନାହାନ୍ତି। ସେ ଯୁକ୍ତି ବାଢିଥିଲେ ଯେ ଜାମିନ ମିଳିଲେ ନୀରବ ମୋଦୀ ଦେଶ ଛାଡ଼ି ଚାଲିଯିବାର ଆଶଙ୍କା ରହିଛି। ଜେଲରୁ ବାହାରିବା ପରେ ସେ ପ୍ରମାଣ ନଷ୍ଟ କରିବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିପାରନ୍ତି। ତେଣୁ ନୀରବଙ୍କ ଜାମିନ ଆବେଦନ ଖାରଜ କରିବାକୁ ସେ ଦାବି କରିଥିଲେ।
ଅପରପକ୍ଷରେ ନୀରବଙ୍କ ଓକିଲ କହିଥିଲେ ଯେ ତାଙ୍କ ମହକିଲ ୨୦୦୮ ଜାନୁଆରୀରୁ ଲଣ୍ଡନରେ ଅଛନ୍ତି। ତାଙ୍କ ଗୃହବନ୍ଦୀ କିମ୍ବା ଇଲେକ୍ଟ୍ରୋନିଂ ମନିଟରିଂ ମଧ୍ୟରେ ରଖାଯାଇପାରିବ। ନୀରବ ମୋଦୀଙ୍କୁ ସ୍ୱତନ୍ତ୍ର ଫୋନ ଦିଆଯାଇପାରିବ ଓ ଅଧିକାରୀ କୌଣସି ସମୟରେ ତାଙ୍କୁ ଯୋଗଯୋଗ କରିପାରିବେ। କୋର୍ଟ ସମସ୍ତ ଯୁକ୍ତି ଶୁଣିବା ପରେ ନୀରବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହି ମାମଲାର ଆସନ୍ତା ଶୁଣାଣି ଅପ୍ରେଲ ୨୬ରେ ହେବ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories