www.samajalive.in
Sunday, December 7, 2025
13.1 C
Bhubaneswar

ମୋହନା ପୁଲିସକୁ ସଫଳତା : ୧୩ ଚୋରା ବାଇକ ସହ ୪ ଲୁଟେରା ଗିରଫ

ମୋହନା : ଗଜପତି ଜିଲା ମୋହନା ଥାନା ପୁଲିସ ଚୋରା ବାଇକ ଘଟଣାର ପର୍ଦ୍ଦାଫାସ୍‍ କରିଛି। ବୁଧବାର ସନ୍ଧ୍ୟାରେ ମୋହନା ପୁଲିସ ଓ କର୍ମଚାରୀ ଲୁହାଗୁଡି, କମଳାପୁର, ନାରଙ୍ଗୀ, ବାଦପୁର ଆଦି ଛକମାନଙ୍କରେ ବାଇକ ଯାଞ୍ଚ କରୁଥିବା ସମୟରେ ବାଦପୁର ଗ୍ରାମର ବାବୁଲା ନାୟକ ଏକ ହିରୋ ବାଇକ ନେଇ ଆସୁଥିଲେ। ତାଙ୍କ ଗାଡ଼ି ଯାଞ୍ଚ କରିବା ସମୟରେ ସେ ପୁଲିସକୁ କାଗଜ ପତ୍ର ଦେଖାଇ ପାରି ନଥିଲେ। ଯଦ୍ୱାରା ତାହା ଏକ ଚୋରା ବାଇକ ବୋଲି ପୁଲିସ ଜାଣିପାରିଥିଲା। ଲୁହାଗୁଡି ପଞ୍ଚାୟତ କମଳାପୁର କଲୋନୀର ପିଙ୍କୁ ନାୟକ ବିଭିନ୍ନ ସମୟରେ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରୁ ଚୋରା ବାଇକ ଆଣି ମୋହନା ଅଞ୍ଚଳରେ ବିକ୍ରି କରୁଥିବା ବାବୁଲା ନାୟକ କହିଥିଲା। ଏହାକୁ ଭିତ୍ତିି କରି ମୋହନା ପୁଲିସ ନାରଙ୍ଗୀ ଗ୍ରାମର ସୁନିତ ନାୟକ, କଳାମେରୀ ନୁଆ ସାହି, ଡେଙ୍ଗିଣି ପଦର ଓ ବାଦପୁର ଗ୍ରାମର ବାବୁଲା ନାୟକ ପ୍ରମୁଖ ୪ ଜଣ ବାଇକ ଚୋରଙ୍କୁ ଧରିଥିଲା। ସେମାନଙ୍କଠାରୁ ୧୩ଟି ଚୋରାବାଇକ ଜବତ ହୋଇଥିବା ଥାନା ଅଧିକାରୀ ସୁଜିତ ନାୟକ କହିଛନ୍ତି।

- Advertisement -

ସେମାନେ ଚୋରାବାଇକ ପିଙ୍କୁ ନାୟକ ଠାରୁ କମ୍‍ ଦାମରେ କିଣିଥିବା ଜଣାପଡିଥିଲା। ବାବୁଲା ନାୟକ ଦୀର୍ଘ ମାସ ଧରି ଏହି କାର୍ଯ୍ୟ କାରିଆସୁଥିବା ବେଳେ କମ୍‍ ଦାମରେ ଅଞ୍ଚଳର ସାଧାରଣ ଲୋକ ଓ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କୁ ବିକୁଥିବା ପୁଲିସ ଅନୁସନ୍ଧାନରୁ ଜାଣି ପାରିଥିଲା। ଏହି ଚୋରା ଗାଡ଼ି ବିକୁଥିବା ମୁଖ୍ୟ ଅଭିଯୁକ୍ତ ପିଙ୍କୁକୁ ପୁଲିସ ଧରିବା ପାଇଁ ଜାଲ ବିଛାଇଥିବା ଓ ଖୁବଶୀଘ୍ର ଧରାପଡିବ ବୋଲି ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଆଜି ଥାନା କାର୍ଯ୍ୟାଳୟରେ ପ୍ରେସ୍‍ ମିଟ୍‍ ମାଧ୍ୟମରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଏହି ପ୍ରେସ୍‍ ମିଟରେ ମୋହନା ବ୍ଳକର ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ସମେତ ଏସଡିପିଓ ଅଶୋକ ମହାନ୍ତି, ମୋହନା ଥାନାଧିକାରୀ ସୁଜିତ ନାୟକ, ଅଡବା ଥାନାଧିକାରୀ ଅଜୟ କୁମାର ବାରିକ, ଏସଆଇ ସିନ୍ଧୁସାର୍କା, ଆଲୋକ ରଞ୍ଜନ ଜଗଦଲା, ମମତା ପଣ୍ଡା, ରବିନ୍ଦ୍ର ପାତ୍ର ପ୍ରମୁଖ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories