www.samajalive.in
Saturday, December 6, 2025
23.1 C
Bhubaneswar

ନିଜ ସହରର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ଏହି କିଲ୍ଲା

କିଲ୍ଲା ଓ ବଡ଼ ବଡ଼ ମହଲ ଗୁଡ଼ିକୁ ଦେଖିବା ପାଇଁ ବହୁ ଲୋକଙ୍କୁ ଖୁବ ଭଲ ଲାଗେ। ଏହି କାରଣରୁ କିଲ୍ଲା ଓ ମହଲ ଦେଖିବା ପାଇଁ ସଉକ ରଖିଥିବା ପର୍ଯ୍ୟଟକମାନେ ରାଜସ୍ଥାନ ଓ ମହାରାଷ୍ଟ୍ର ବ୍ୟତୀତ ମଧ୍ୟପ୍ରଦେଶର ଗ୍ୱାଲିୟର କିଲ୍ଲା ଯାଇ ମଧ୍ୟ ସେଠାରେ ଭାରତର ସଂସ୍କୃତି ଓ ଉଚ୍ଚକୋଟରୀର କାରୁକାର୍ଯ୍ୟ ଦେଖି ପାରିବେ।
ଗୋପାଞ୍ଚଳ ପର୍ବତରେ ନିର୍ମିତ ଗ୍ୱାଲିୟର କିଲ୍ଲା ଏହି ସହରର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଏହାସହ ଏହା ଦେଶର ସବୁଠାରୁ ବୃହତ୍ତ କିଲ୍ଲା ମାନଙ୍କ ମଧ୍ୟରୁ ଗୋଟିଏ। ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏହି କିଲ୍ଲା ସଂସ୍କୃତି ଓ ବୈଭର ପରିଚୟ ପ୍ରଦାନ କରିଥାଏ। କିଲ୍ଲା ଦୁଇ ଭାଗରେ ଭାଗ ହୋଇଛି। ଗୋଟିଏ ହେଉଛି ମାନ ମନ୍ଦିର ପ୍ରାସାଦ ଓ ଅନ୍ୟଟି ଗୁଜରୀ ପ୍ରାସାଦ। ଯାହା ବର୍ତ୍ତମାନ ମ୍ୟୁଜିୟମ ପାଲଟିଛି। କିଲ୍ଲାରେ ହେଉଥିବା ବିଭିନ୍ନ ଉତ୍ସବ ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରିଥାଏ।
କିଲ୍ଲାର ଗଠନ –
ବିଶାଳକାୟ ଗ୍ୱାଲିୟର କିଲ୍ଲା ବଲୁଆ ପଥରର ପାହାଡ଼ରେ ନିର୍ମିତ ମଇଦାନ କ୍ଷେତ୍ର ଠାରୁ ୧୦୦ ମିଟର ଉଚ୍ଚରେ ଅବସ୍ଥିତ। କିଲ୍ଲରେ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତା ଅଛି। ପ୍ରଥମଟି ଗ୍ୱାଲିୟର ଦରଜା ଦ୍ୱିତୀୟଟି ଉରବାଇ ଦରଜା। କିଲ୍ଲାର ବାହାର ଦରଜା ୨ମିଟର ଲମ୍ବ ଏବଂ ଚଉଡ଼ା ୧ କିମି ଠାରୁ ୨୦୦ ମିଟର ପର୍ଯ୍ୟନ୍ତ। ପାହାଡ଼ ପର୍ଯ୍ୟନ୍ତ ଯିବା ପାଇଁ ରାସ୍ତା ଏତେ ସୁନ୍ଦର ଯେ, ଏହାକୁ ଦେଖି ସୌନ୍ଦର୍ଯ୍ୟର ପ୍ରକୃତ ବାସ୍ତବତା ଅନୁଭବ ହୋଇଥାଏ। ଏହାର ବାସ୍ତୁକଳା ମଧ୍ୟ ବିସ୍ମୟକର। କିଲ୍ଲାର ମୁଖ୍ୟଦ୍ୱାର ହାତୀ ପୁଲ ନାମରେ ଜଣାଶୁଣା। ଏଭଳି କିଲ୍ଲାରେ ବହୁ ସୁନ୍ଦରତା ଭରା ଦୃଶ୍ୟ ରହିଛି। ପ୍ରତିବର୍ଷ ଏଠାରେ ବହୁ ସଂଖ୍ୟାରେ ପର୍ଯଟକଙ୍କ ଭିଡ଼ ଜମିଥାଏ।
ଗମନାଗମନ ଦୃଷ୍ଟିରୁ ସହର ଠାରୁ ୮ କିମି ଦୂରରେ ବିମାନବନ୍ଦର ରହିଛି। ସେଠାରୁ ଆପଣ ଟ୍ୟାକ୍ସିରେ ଯାଇପାରିବେ। ଏହାଛଡ଼ା ଦିଲ୍ଲୀ, ମୁମ୍ବଇ, ଅଜମେର, ଜବଲପୁର, ଭୋପାଲ, ବାରାଣସୀ ଠାରୁ ଗ୍ୱାଲିୟର ପର୍ଯ୍ୟନ୍ତ ଯିବା ପାଇଁ ଟ୍ରେନ ରହିଛି। ଷ୍ଟେସନରୁ ଆପଣ ଟ୍ୟାକ୍ସି ମାଧ୍ୟମରେ ଯାଇପାରିବେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories