www.samajalive.in
Saturday, December 6, 2025
26.1 C
Bhubaneswar

ମୀରଟରୁ ମୋଦୀଙ୍କ ରଣହୁଙ୍କାର; କହିଲେ ଏଥର ‘ଚୌକିଦାର ବନାମ ଦଗାଦାର’ ଲଢ଼େଇ

ମୀରଟ: ଉତ୍ତର ପ୍ରଦେଶର ମୀରଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ରାଲିରେ ଦଳୀୟ କର୍ମୀଙ୍କୁ ମୋଦୀ ଉଦ୍‌ବୋଧନ ଦେଇ ବିରୋଧୀମାନଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ନିର୍ବାଚନରେ ବିକାଶକୁ ପ୍ରସଙ୍ଗ କରିଛନ୍ତି ମୋଦୀ। ଏଥର ନିର୍ବାଚନ ଚୌକିଦାର ବନାମ ଦଗାଦାର(ବିଶ୍ଵାସଘାତକ)ଙ୍କ ମଧ୍ୟରେ ହେବ ବୋଲି ସେ ଆହ୍ବାନ କରିଛନ୍ତି।

ମୋଦୀ କହିଛନ୍ତି ଯେ, ବିରୋଧୀମାନେ ଅପମିଶ୍ରଣ ସହିତ ଏକାଠି ହୋଇ ଆସୁଛନ୍ତି। ଯଦି ସେମାନଙ୍କୁ ଏକ ସୁଯୋଗ ଦିଆଯାଏ, ତା’ହେଲେ ଦେଶ ଅନେକ ବର୍ଷ ପଛକୁ ଚାଲିଯିବ। ସ୍ଥଳ ହେଉ କି ବାୟୁ କିମ୍ବା ମହାକାଶ, ବିଜେପି ସରକାର ନିଜର ପାରଙ୍ଗମ ଦେଖାଇଛି। ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆମେ ସାହସ କରିଛୁ। ବାଲାକୋଟରେ ଭାରତର ବିମାନ ଆକ୍ରମଣ ଉପରେ ବିରୋଧୀ ପ୍ରମାଣ ମାଗୁଛନ୍ତି। ଏଭଳି କରି ବିରୋଧୀମାନେ ପାକିସ୍ତାନରେ ଲୋକପ୍ରିୟ ହେବାକୁ ଉଦ୍ୟମ କରିଛନ୍ତି। ସେହିପରି ମହାକାଶରେ ଆମର ସଫଳତାକୁ ବିରୋଧୀମାନେ ଅଣଦେଖା କରୁଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ଉପରେ ମୋର ସନ୍ଦେହ ରହିଛି।

- Advertisement -

ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମୋଦୀ କହିଥିଲେ, ୨୦୧୯ ନିର୍ବାଚନରେ ଲୋକେ କାହାକୁ ଭୋଟ ଦେବେ ତାହା ସେମାନେ ସ୍ଥିର କରିସାରିଛନ୍ତି। ୫ବର୍ଷ ତଳେ ଯେତେବେଳେ ମୁଁ ଆପଣମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି ସେତେବେଳେ ଆପଣ ଭଲ ପାଇବାର ବର୍ଷା କରିଦେଇଥିଲେ। ମୁଁ ପ୍ରତିଶ୍ରୁତି ଦେଇଥିଲି ସେହି ଭଲପାଇବାକୁ ସୁଧ ସହ ଫେରାଇବି। ମୁଁ ଯାହା ସବୁ କରିଛି ତାହା କହିଛି। ଚୌକିଦାର ହିସାବରେ ସମସ୍ତ କାର୍ଯ୍ୟର ହିସାବ ଦେବି। ତୁମେମାନେ ଜାଣିଛ ମୁଁ ଜଣେ ଚୌକିଦାର ଏବଂ ଚୌକିଦାର ଅନ୍ୟାୟକୁ କେବେ ପ୍ରଶ୍ରୟ ଦେବ ନାହିଁ। ସମସ୍ତ ନେତା, ମନ୍ତ୍ରୀ ନିଜ ନିଜ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବେ।

ସୂଚନାଯୋଗ୍ୟ, ଗୁରୁବାର ମୋଦୀ ୩ଟି ସ୍ଥାନରେ ପ୍ରଚାର କରିବେ। ମୀରଟ ପରେ ଉତ୍ତରାଖଣ୍ଡର ରୁଦ୍ରପୁର ଏବଂ ଜାମ୍ମୁରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories