www.samajalive.in
Sunday, December 7, 2025
15.1 C
Bhubaneswar

ଏମାନଙ୍କୁ କେବେ ବି ଅବିଶ୍ବାସ କରିବା ଉଚିତ ନୁହେଁ

ବେଳେବେଳେ ଦେଖାଯାଇଥାଏ ଯେ, କୌଣସି ଇଚ୍ଛା ପୂରଣ ନ ହେଲେ କିମ୍ବା କାର୍ଯ୍ୟରେ ସକାରାତ୍ମକ ଫଳ ନ ମିଳିଲେ ବ୍ୟକ୍ତି ନିରାଶ ହୋଇଯାଆନ୍ତି। ଏହାକୁ ନେଇ ଗ୍ରନ୍ଥରେ କିଛି ତଥ୍ୟ ପ୍ରଦାନ କରାଯାଇଛି। କୁହାଯାଇଛି ଯେ, ବ୍ୟକ୍ତିଙ୍କୁ କେ​‌ବେ ବି ଈଶ୍ବରଙ୍କ ଉପରୁ ବିଶ୍ବାସ ହରାଇବା ଉଚିତ ନୁହେଁ। ଯେତେବେଳେ ଆମେ ଈଶ୍ବରଙ୍କ ଉପରେ ବିଶ୍ବାସ କରିବା ଛାଡି ଦେଉ ସେତେବେଳେ ଆମକୁ ନିଜ ଇଚ୍ଛା ମୁତାବକ ଫଳ ମିଳେ ନାହିଁ।

ଗ୍ରନ୍ଥରେ ମନ୍ତ୍ରର ବିଶେଷ ମହତ୍ତ୍ବ ବିଷୟରେ ବର୍ଣ୍ଣନା କରାଯାଇଛି। କୁହାଯାଇଛି ଯେ, ମନ୍ତ୍ର ଜାପ କରିବା ଦ୍ବାରା ଆମେ ଈଶ୍ବରଙ୍କ ନିକଟତର ହୋଇପାରିବା। ଅନେକ ଥର ଦେଖାଯାଇଥାଏ ଯେ, ବହୁ ଲୋକ ମନ୍ତ୍ର ଉପରେ ବିଶ୍ବାସ କରନ୍ତି ନାହିଁ। ଏପରି ହେବା ଦ୍ବାରା ବ୍ୟକ୍ତିଙ୍କୁ ନକରାତ୍ମକ ଫଳ ପ୍ରାପ୍ତି ହୋଇଥାଏ। କେବେ ବି ମନ୍ତ୍ରର ଭୁଲ ଉଚ୍ଛାରଣ କରନ୍ତୁ ନାହିଁ।

- Advertisement -

ବ୍ୟକ୍ତିଙ୍କୁ ଗୁରୁଙ୍କ ଦ୍ବାରା ପ୍ରାପ୍ତ ହୋଇଥିବା ଶିକ୍ଷା ଉପରେ କେ​‌ବେ ବି ଅବିଶ୍ବାସ କରିବା ଉଚିତ ନୁହେଁ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କୁ ଅନେକ ଅସୁବିଧାର ସାମନା କରିବାକୁ ପଡିଥାଏ। ଗୁରୁଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଶିକ୍ଷାକୁ ଶ୍ରଦ୍ଧା ଓ ବିଶ୍ବାସର ଗ୍ରହଣ କରିବା ଉଚିତ।

ଯେଉଁ ବ୍ୟକ୍ତି ନକରାତ୍ମକ ଭାବନାର ସହ ତୀର୍ଥଯାତ୍ରା କରିଥାଆନ୍ତି ତାଙ୍କୁ କେବେ ବି ପୁଣ୍ୟ ମିଳିପାରେ ନାହିଁ। ତେଣୁ ସର୍ବଦା ମନରେ ଭଲ ଭାବନା ରଖି ତୀର୍ଥଯାତ୍ରା କରିବା ଉଚିତ। ଏହାଦ୍ବାରା ସକାରାତ୍ମକ ଫଳ ପ୍ରାପ୍ତି ହୋଇଥାଏ।

ଗ୍ରନ୍ଥରେ କୁହାଯାଇଛି ଯେ, ଅନେକ ଲୋକ ବ୍ରାହ୍ମଣଙ୍କୁ ବିଶ୍ବାସ କର ନଥାଆନ୍ତି। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କୁ ନିଜ କର୍ମ ଅନୁଯାୟୀ ଫଳ ପ୍ରାପ୍ତି ହୋଇନଥାଏ। ତେଣୁ ସର୍ବଦା ବ୍ରାହ୍ମଣଙ୍କ ବିଶ୍ବାସ କରି କର୍ମ କରିବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories