www.samajalive.in
Friday, December 12, 2025
26.1 C
Bhubaneswar

ଧାମରା ନିଷିଦ୍ଧାଞ୍ଚଳରୁ ମାଛଧରା ଟ୍ରଲର ଜବତ

ଧାମରା : ଧାମରା ନିକଟସ୍ଥ ଗହୀରମଥା ଅଭୟାରଣ୍ୟରୁ ରାଜନଗର ଡିଏଫଓଙ୍କ ଦ୍ୱାରା ଏକ ମାଛ ଧରା ଟ୍ରଲର ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଭୋର ୫ଟା ସମୟରେ ବାସୁଦେବପୁର କସିଆ ମୁହାଣର ମା ଗଙ୍ଗା ନାମକ ଟ୍ରଲର ଗହୀରମଥା କଇଁଛଙ୍କ ଏନ୍ତୁଡିଶାଳ ନିକଟରେ ମାଛ ମାରୁଥିଲା। ଏହି ଖବର ରାଜନଗର ଡିଏଫଓ ପାଇବା ପରେ ସେ ଭିଏଚଏଫ ଦ୍ୱାରା କାର୍ଯ୍ୟରତ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀ ସ୍ପିଡବୋଟ ସାହାଯ୍ୟରେ ଆସି ଏହି ଟ୍ରଲରକୁ ଗହୀରମଥା ଅଭୟାରଣ୍ୟ ନିକଟରୁ ଜବତ କରିଥିଲେ। ଗହୀରମଥା ଅଭୟାରଣ୍ୟ ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ପାଲଟି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛଙ୍କ ଅଣ୍ଡା ଫୁଟି ଛୁଆ ଗୁଡିକ ସମୁଦ୍ର ମୁହାଁ ହେଉଛନ୍ତି ବୋଲି ବନବିଭାଗ ନିକଟରୁ ପ୍ରକାଶ। ଏଠାରେ ଉଲ୍ଲେଖଯୋଗ୍ୟ କଇଁଛ ରହୁଥିବା ଅଞ୍ଚଳରେ ବହୁ ସଂଖ୍ୟାରେ ମାଛ ଏବଂ ଜେଲିଫିସ ରହୁଥାନ୍ତି। ଏହି ଅଞ୍ଚଳରେ ସାଧାରଣ ମତ୍ସ୍ୟଜୀବୀ ମାନଙ୍କୁ ମାଛ ମାରିବା ପାଇଁ ବାରଣ କରାଯାଇ ଥାଏ। ମାତ୍ର ସରକାରଙ୍କ ବାରଣ ସତ୍ତ୍ବେ ମତ୍ସ୍ୟଜୀବୀ ମାନେ ମାଛ ମାରିବା ସହ କଇଁଛମାନଙ୍କୁ ଧରି ବାହାର ରାଜ୍ୟକୁ ଚାଲାଣ କରନ୍ତି ବୋଲି ବନବିଭାଗ ନିକଟରୁ ପ୍ରକାଶ। ଆଜି ଜବତ ହୋଇଥିବା ମା ଗଙ୍ଗା ଟ୍ରଲରଟି ରାଜନଗର ଡିଏଫଓଙ୍କୁ ହସ୍ତାନ୍ତରିତ କରାଯାଇଛି ଏବଂ ଏହି ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନଙ୍କୁ କେନ୍ଦ୍ରାପଡ଼ା କୋର୍ଟକୁ ଚାଲାଣ କରାଯିବ ବୋଲି ବନବିଭାଗ ନିକଟରୁ ପ୍ରକାଶ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories