www.samajalive.in
Friday, December 12, 2025
23.1 C
Bhubaneswar

ଏହି ସମସ୍ତ ଖାଦ୍ୟଦ୍ରବ୍ୟକୁ ଏକତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ ଯେପରି ପନିପରିବା, ଫଳ, ଆମିଷ ଆଦି ଖାଇଥାଉ। ମାତ୍ର ଏପରି କିଛି ଖାଦ୍ୟପଦାର୍ଥ ଅଛି ଯାହାକୁ ଏକତ୍ର ଖାଇବା ଉଚିତ ନୁହେଁ। ଆସନ୍ତୁ ସେଭଳି କିଛି ଖାଦ୍ୟଦ୍ରବ୍ୟ ବିଷୟରେ ଜାଣିବା….
କ୍ଷୀର, ଦହି, ଲେମ୍ବୁ, କମଳା, କଦଳୀ, ମହୁ, ଘିଅ, ମାଛ ଓ ଅଣ୍ଡା ପୁଷ୍ଟିକର ଖାଦ୍ୟ ଅଟେ। ସାଧାରଣ ଭାବେ ଆମେ ଖାଦ୍ୟ ଖାଇବା ସମୟରେ ବିଭିନ୍ନ ଖାଦ୍ୟ ମିଶାଇ ଖାଇବାକୁ ପସନ୍ଦ କରିଥାଉ। ମାତ୍ର ଏପରି କରିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ପରିବର୍ତ୍ତେ କ୍ଷତି ହୋଇଥାଏ। ବିଶେଷ କରି ବିଶେଷଜ୍ଞଙ୍କ ମତରେ ତାପମାନ ବା ଉଷ୍ଣ ଖାଦ୍ୟ ପଦାର୍ଥ ସହ ଥଣ୍ଡା ଖାଦ୍ୟପଦାର୍ଥ ଖାଇବା ଉଚିତ ନୁହେଁ। ଲୁଣିଆ ଖାଦ୍ୟ ସହ ମିଠା ଖାଦ୍ୟ , ସେହିପରି ମହୁକୁ କେବେ ଗରମ କରି ଖାଇବା ଉଚିତ ନୁହେଁ।
କମଳା ଓ କଦଳୀକୁ ଏକାଠି ଖାଇବା ଉଚିତ ନୁହେଁ। କାରଣ ଖଟା ଜାତୀୟ ଫଳ ସହ ମିଠା ଫଳ ଖାଇଲେ ଖଟା ଫଳ କାରଣରୁ ମିଠା ଫଳରେ ଥିବା ପ୍ରାକୃତିକ ଉପଯୋଗୀ ଶର୍କରାରେ ନିର୍ଗତ ହେବାରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ପାଚନ କ୍ରିୟା ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ଫଳରେ ଥିବା ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଥାଏ।
ଚିକେନ ସହ ମିଠାଦ୍ରବ୍ୟ କିମ୍ବା ଜୁସ ପିଇବା ଉଚିତ ନୁହେଁ।
ଦହି ଓ ଖଟା ଫଳରେ ଥିବା ଭିନ୍ନ ଭିନ୍ନ ଏନଜାଇମ ଥିବା କାରଣରୁ ଏହା ଠିକ ଭାବେ ହଜମ ହୋଇପାରିନଥାଏ। ଦହି ଥଣ୍ଡା ଜାତୀୟ ପଦାର୍ଥ ହୋଇଥିବାରୁ ଏହାକୁ କୌଣସି ଉଷ୍ଣ ତାପମାନ ଯୁକ୍ତ ଖାଦ୍ୟ ସହ ଖାଆନ୍ତୁ ନାହିଁ। ମାଛ ଓ ଚିକେନ ସହ ମଧ୍ୟ ଦହି ଖାଆନ୍ତୁ ନାହିଁ।
ମହୁ କେବେ ଗରମ କରି ଖାଆନ୍ତୁ ନାହିଁ, ଜ୍ୱର ଥିବା ସମୟରେ ମହୁର ସେବନ କରନ୍ତୁ ନାହିଁ। ମହୁ ଓ ଘିଅ ସମାନ ମାତ୍ରରେ ମଧ୍ୟ ଖାଇବା ଅନୁଚିତ।
କ୍ଷୀର ସହ ଦହି, ମାଛ, ଖଟା ଫଳ, ରାଶି ଏବଂ ଲୁଣରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ ନୁହେଁ। ମାଛ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ। ଏହା ଦ୍ୱାରା ମଧ୍ୟ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡ଼ିଥାଏ। କ୍ଷୀର ଓ ଦହିକୁ ଏକାଠି ଖାଆନ୍ତୁ ନାହିଁ। ଏହାଦ୍ୱାରା ପେଟରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ। ସବୁଜ ପନିପରିବା କିମ୍ବା ମୂଳା ଖାଇବା ପରେ ମଧ୍ୟ ସଙ୍ଗେ ସଙ୍ଗେ କ୍ଷୀର ପିଅନ୍ତୁ ନାହିଁ। ଆମିଷ ଖାଇବା ପରେ ମଧ୍ୟ ସଙ୍ଗେ ସଙ୍ଗେ କ୍ଷୀର ପିଅନ୍ତୁ ନାହିଁ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories