www.samajalive.in
Sunday, December 14, 2025
19.1 C
Bhubaneswar

‘ମିଶନ ଶକ୍ତି’ ଉପରେ ମୋଦୀଙ୍କ ଉଦବୋଧନ; ଯାଞ୍ଚ କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ମହାକାଶକୁ ସାଟେଲାଇଟ ନିରୋଧୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣରେ ଭାରତର ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦେଶବାଦୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହାକୁ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା। ତେବେ ମୋଦୀଙ୍କ ଉଦ୍‌ବୋଧନ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିରୋଧୀମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାପରେ ଆୟୋଗଙ୍କ ପକ୍ଷରୁ ମୋଦୀଙ୍କ ଉଦ୍‌ବୋଧନର ଯାଞ୍ଚ କରାଯିବ ବୋଲି କୁହାଯାଇଛି। ଏଥିପାଇଁ ନିର୍ବାଚନ ଆୟୋଗ ଏକ କମିଟି ଗଠନ କରିବା ସହ ମୋଦୀଙ୍କ ଉଦ୍‌ବୋଧନ ଦ୍ବାରା ଆଚରଣବିଧି ଉଲ୍ଲଂଘନ ହୋଇଛି କି ନାହିଁ ତାହା ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଇଛନ୍ତି।

ନିରାପତ୍ତା ସମ୍ପର୍କିତ ଘୋଷଣା ପାଇଁ ସରକାରଙ୍କୁ କୌଣସି ଅନୁମତି ନେବା ଦରକାର ନାହିଁ ବୋଲି ପ୍ରଥମେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ମୋଦୀଙ୍କ ଉଦ୍‌ବୋଧନ ଆଚରଣବିଧି ଉଲ୍ଲଂଘନ କରିଛି ବୋଲି ବିରୋଧୀମାନେ ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଆୟୋଗ ଏହାର ଅନୁଧ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

- Advertisement -

ସିପିଏମ ନେତା ସୀତାରାମ ୟେଚୁରୀ ପ୍ରଥମେ ମୋଦୀଙ୍କ ଉଦବୋଧନ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଜଣେ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ସମୟରେ ଏଭଳି ଘୋଷଣା କରିବା ଆଚରଣବିଧି ଉଲ୍ଲଂଘନ କରୁଛି ବୋଲି ସେ ଦର୍ଶାଇଥିଲେ। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କ ଉଦବୋଧନକୁ ଏକ ଡ୍ରାମା ବୋଲି କହିବା ସହ ସେ ମଧ୍ୟ ଅଭିଯୋଗ ଦାଖଲ କରିବେ ବୋଲି କହିଛନ୍ତି। ‘ଏ ସମୟରେ ମିଶନ ସମ୍ପର୍କରେ ଘୋଷଣା କରିବା କିଛି ବଡ଼ ଜରୁରୀ ନ ଥିଲା। ବିଜେପିର ଡଙ୍ଗା ବୁଡି ଯାଉଥିବାରୁ ମୋଦୀ ହତାଶ ହୋଇ ଏପରି ଘୋଷଣା କରି ଦଳ ପାଇଁ ଅମ୍ଳଜାନ ଯୋଗାଇଛନ୍ତି’ ବୋଲି ମମତା ଟ୍ବିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ପୂର୍ବାହ୍ନ ୧୧ଟା ୧୬ ମିନିଟରେ ଓଡ଼ିଶାର ବାଲେଶ୍ଵର ଜିଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସାଟେଲାଇଟ ନିରୋଧୀ କ୍ଷେପଣାସ୍ତ୍ର ଲଞ୍ଚ କରାଯିବାର ୧୫ ମିନିଟ ପରେ ମୋଦୀ ଦେଶବାଦୀଙ୍କୁ ଏକ ‘ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା’ ଦେବେ ବୋଲି ଟ୍ବିଟ୍‌ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories