www.samajalive.in
Sunday, December 14, 2025
14.1 C
Bhubaneswar

ପୁଲୱାମା ଆକ୍ରମଣ ଉପରେ ଅଧିକ ତଥ୍ୟପ୍ରମାଣ ମାଗିଲା ପାକିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପାକିସ୍ତାନ ପୁଣି ତା’ର ଦୋମୁହାଁ ନୀତି ଦେଖାଇଛି। ପୁଲୱାମା ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଏହା ସତ୍ବେ ପାକିସ୍ତାନ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଫଳରେ ଭାରତ ପିଓକେର ବାଲାକୋଟରେ ଥିବା ଜୈଶ ଶିବିରରେ ବିମାନ ଆକ୍ରମଣ କରିଥିଲା, ଯାହାକୁ ପାକିସ୍ତାନ ବିରୋଧ କରିଥିଲା। ବର୍ତ୍ତମାନ ପୁଣି ପାରମ୍ପରିକ ନୀତି ଅବଲମ୍ବନ କରି ପାକ୍‌ ପୁଲୱାମା ଆକ୍ରମଣ ଉପରେ ଭାରତକୁ ଅଧିକ ତଥ୍ୟପ୍ରମାଣ ମାଗିଛି। ବୁଧବାର ପାକ୍‌ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଘଟଣାର ତଦନ୍ତରେ ଅଗ୍ରଗତି ପାଇଁ ଭାରତ ସହଯୋଗ କରିବାକୁ କହିଛି।

ନିକଟରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘୋଷଣା କରିଥିଲେ ଯେ ଯଦି ଭାରତ ପକ୍ଷରୁ ବିଶ୍ଵସନୀୟ ତଥ୍ୟପ୍ରମାଣ ପ୍ରଦାନ କରାଯାଏ, ତେବେ ପୁଲୱାମା ଆକ୍ରମଣର ତଦନ୍ତରେ ସହଯୋଗ କରିବୁ। ଏହା ପରେ ପାକ୍‌ ପକ୍ଷରୁ ବିବୃତିରେ କୁହାଯାଇଛି ଯେ, ପାକିସ୍ତାନ ପୁଲୱାମା ଆକ୍ରମଣରେ ଯେଉଁ ତଥ୍ୟ ହାସଲ କରିଛି ତାହା ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ହସ୍ତାନ୍ତର କରିଛି। ପାକିସ୍ତାନ ଏହି ଆକ୍ରମଣକୁ ଗୁରତ୍ଵର ସହ ନେଇ ନିଜର ଦାୟିତ୍ଵ ତୁଲାଇବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଞ୍ଚଳିକ ଶାନ୍ତି ଏବଂ ନିରାପତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି।

- Advertisement -

ତେବ​‌େ​‌ ଏହା ପାକ୍‌ ପାଇଁ କୌଣସି ନୂଆ କଥା ନୁହେଁ। ପ୍ରତିଥର ଭାରତରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ନିଜ ଦେଶରେ ଆଡ୍ଡା ଜମାଇଥିବା ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଭାରତକୁ ଅଧିକ ତଥ୍ୟପ୍ରମାଣ ମାଗିଆସୁଛି।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାଠାରେ ଯବାନଙ୍କୁ ଟାର୍ଗେଟ କରି ଆରତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରିବା ଫଳରେ ୪୦ରୁ ଅଧିକ ଯବାନ ଶହୀଦ ହୋଇଥିଲେ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories