www.samajalive.in
Sunday, December 14, 2025
26.1 C
Bhubaneswar

ବେଗୁସରାଇରୁ ନିର୍ବାଚନ ଲଢିବେ ଗିରିରାଜ : ଅମିତ ଶାହା

ପାଟନା : ବିହାରର ବେଗୁସରାଇ ଲୋକସଭା ଆସନରୁ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ନିର୍ବାଚନ ଲଢିବେ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସ୍ପଷ୍ଟ କରିଛନ୍ତି। କୁହାଯାଉଥିଲା ଯେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଗିରିରାଜ ଇଚ୍ଛୁକ ନାହାନ୍ତି। ତେବେ ବୁଧବାର ଅମିତ ଶାହା ଟ୍ୱିଟ୍‍ କରିଛନ୍ତି ଯେ ବେଗୁସରାଇରୁ ଗିରିରାଜ ସିଂହ ନିର୍ବାଚନ ଲଢିବେ। ତାଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ଅଛୁ ଓ ଦଳ ଏହାର ସମାଧାନ ବାହାର କରିବ। ନିର୍ବାଚନ ପାଇଁ ତାଙ୍କୁ ଶୁଭକାମନା।
୨୦୧୪ରେ ଗିରିରାଜ ସିଂହ ନୱାଦା ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଚଳିତ ଥର ମଧ୍ୟ ସେ ନୱାଦାରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ତେବେ ମେଣ୍ଟ ଅନୁସାରେ ଦଳ ଏହି ଆସନ ଜେଡିୟୁକୁ ଦେଇଛି। ଗିରିରାଜଙ୍କ ବିରୋଧରେ ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ସିପିଆଇରୁ ପ୍ରାର୍ଥୀ ହୋଇଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories