www.samajalive.in
Saturday, December 13, 2025
21.1 C
Bhubaneswar

ଓଦା କେଶରେ କରୁଥିବା ଏହିସବୁ ଭୁଲ୍ ହୋଇଥାଏ କେଶ ଝଡ଼ିବାର ମୁଖ୍ୟ କାରଣ

ଆଜିକାଲି ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତଙ୍କର କେଶ ଝଡ଼ିବା ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷ କରି ମହିଳା ମାନେ ଏନେଇ ଅଧିକ ଚିନ୍ତିତ। ମହିଳାମାନଙ୍କ କେଶ ଲମ୍ବା ହୋଇଥିବା କାରଣରୁ ଏହାର ସଠିକ୍ ଯତ୍ନ ନନେବା ଦ୍ବାରା କେଶ ବହୁତ ମାତ୍ରାରେ ଝଡ଼ିଥାଏ। କେଶକୁ ସୁଦୃଢ ଏବଂ ସୁନ୍ଦର ରଖିବା ପାଇଁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ହେଲେ କାହାକୁ ସୁଫଳ ମିଳେ ତ ଆଉ କାହାର ପାର୍ଶ୍ବପଅତିକ୍ରିୟା ହୋଇ ବିପରୀତ ଫଳ ମିଳିଥାଏ। ମାତ୍ର ଏ ବିଷୟରେ ଆମେ ଅବଗତ ନଥାନ୍ତି ଯେ, ଆମ ଅଜଣାତରେ କରୁଥିବା କିଛି ଭୁଲ୍ ହିଁ ଆମ କେଶ ଝଡ଼ିବାର ଏକ ମୁଖ୍ୟ କାରଣ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଆମେ କରୁଥିବା କେଉଁସବୁ ଭୁଲ୍ ପାଇଁ ଆମ କେଶ ଝଡ଼ିବା ସହ ନଷ୍ଟ ହୋଇଥାଏ –

ଓଦା କେଶକୁ ଟାୱେଲରେ ଘଷି ପୋଛିବା :
ବହୁତ ମହିଳାମାନେ ଓଦା କେଶକୁ କପଡ଼ା କିମ୍ବା ଟାୱେଲରେ ଜୋରରେ ଘଷି ଘଷି ପୋଛିଥାଆନ୍ତି। ହେଲେ ଏପରି କରିବା ଆଦୌ ଉଚିତ ନୁହେଁ। ଆପଣ ଚାହିଁବେ ଯଦି କେଶରେ ଏହାକୁ ଆସ୍ତେ ଆସ୍ତେ ରଖି ପୋଛିପାରିବେ। ଏପରି କରିବା ଦ୍ବାରା କେଶରୁ ସବୁ ପାଣି ବାହାରିଯାଇଥାଏ ଏବଂ କେଶ ଝଡିନଥାଏ।

- Advertisement -

ଓଦା କେଶରେ ସଙ୍ଗେ ସଙ୍ଗେ ପାନିଆ ବ୍ୟବହାର କରିବା :
ଓଦା କେଶରେ ସଙ୍ଗେ ସଙ୍ଗେ ପାନିଆ ବ୍ୟବହାର କରିବା ଉଚିତ ନୁହେଁ। ଏପରି କରିବା ଦ୍ବାରା କେଶ ଦୁର୍ବଳ ହୋଇଥାଏ। ଫଳରେ ଅଧିକ ଝଡ଼ିଥାଏ। ତେଣୁ କେଶକୁ ପ୍ରଥମେ ଶୁଖାନ୍ତୁ ଏହାପରେ ପାନିଆରେ କୁଣ୍ଡାନ୍ତୁ ।

କେଶରେ ଡ୍ରାୟର ବ୍ୟବହାର କରିବା :
କେଶକୁ ଶୀଘ୍ର ଶୁଖାଇବା ପାଇଁ ପ୍ରାୟତଃ ମହିଳାମାନେ ଡ୍ରାୟର ବ୍ୟବହାର କରିଥା’ନ୍ତି। ଏମିତି କରିବାଠାରୁ ଦୂରେଇ ରୁହନ୍ତୁ । କାରଣ ଡ୍ରାୟରର ହିଟ୍ କେଶକୁ କ୍ଷତି ପହଞ୍ଚାଇଥାଏ ଏବଂ କେଶର ମୂଳକୁ ଦୂର୍ବଳ କରିଥାଏ ।

ଓଦା କେଶକୁ ବାନ୍ଧିବା :
ଓଦା କେଶକୁ ଶୁଖେଇବା ପରେ ହିଁ ଏହାକୁ ବାନ୍ଧନ୍ତୁ । ନଶୁଖଇବା ପୂର୍ବରୁ କେଶକୁ ବାନ୍ଧିବା ଦ୍ବାରା କେଶ ଝଡ଼ିଥାଏ। ତେଣୁ ଓଦା କେଶକୁ ବାନ୍ଧନ୍ତୁ ନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories