www.samajalive.in
Saturday, December 13, 2025
26.1 C
Bhubaneswar

ପାଣିରେ ବୁଡ଼ି ୨ଶିଶୁ ମୃତ

ଧାମରା : ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ପଞ୍ଚାୟତର କନକପ୍ରସାଦ ଗ୍ରାମରେ ପାଣିରେ ବୁଡି ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, କନକପ୍ରସାଦ ଗ୍ରାମର ସେକ ଅଫସାନ ଅଲ୍ଲୀଙ୍କ ଶିଶୁ ପୁତ୍ର ଏବଂ ସେକ ଅଇମୁଲ ଖାଁଙ୍କ ଶିଶୁ କନ୍ୟା ନିଜ ଘର ପାଖରେ ଖେଳୁଥିବା ବେଳେ ପାଖରେ ଥିବା ଏକ ପୋଖରୀରେ ପଡି ଯାଇଥିଲେ। ପରେ ସେମାନଙ୍କ ଘରେ ଏହି ୨ ଶିଶୁଙ୍କୁ ନ ପାଇବାରୁ ପାଖ ପୋଖରୀରେ ଖୋଜିଥିଲେ। ପୋଖରୀ ମଧ୍ୟରୁ ୨ଜଣଙ୍କ ଶବ ଉଦ୍ଧାର କରାଯାଇଥିଲା। ଏହି ୨ଜଣଙ୍କୁ ଧାମରା ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ୨ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories