କଲକାତା : ଆଇପିଏଲ୍ କ୍ରିକେଟରେ ବୁଧବାର କିଙ୍ଗ୍ସ ଇଲେଭେନ୍ ପଞ୍ଜାବ, କଲକାତା ନାଇଟ ରାଇଡର୍ସକୁ ଭେଟିବ। କଲକାତାର ଇଡେନ୍ ଗାର୍ଡେନସଠାରେ ରାତି ୮ଟାରେ ଆଇପିଏଲ୍-୨୦୧୯ର ଏହି ଷଷ୍ଠ ମ୍ୟାଚ୍ ଖଳାଯିବ। ପୂର୍ବରୁ କଲକାତା ତା’ର ପ୍ରଥମ ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଥିବାବେଳେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟ ତା’ର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୪ ରନରେ ପରାଜିତ କରିଥିଲା।
ମଙ୍ଗଳବାର ଚେନ୍ନାଇ ସୁପର୍ କିଙ୍ଗ୍ସ ଦିଲ୍ଲୀରେ ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ଏହା ହେଉଛି ଚେନ୍ନଇ କ୍ରମାଗତ ଦ୍ୱିତୀୟ ବିଜୟ।
ଆଇପିଏଲ୍ କ୍ରିକେଟ : ଆଜି ପଞ୍ଜାବ ବନାମ କଲକାତା
Popular Categories



