www.samajalive.in
Saturday, December 13, 2025
26.1 C
Bhubaneswar

ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ: ୩ ନାମାଙ୍କନପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ମାଲକାନଗିରି: ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୭ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଫଳରେ ନିର୍ବାଚନୀ ମଇଦାନରେ ୧୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବା ସ୍ପଷ୍ଟ ହୋଇଛି। ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀ ରାମେଶ୍ୱର ପ୍ରଧାନଙ୍କଠାରୁ ମିଳିଥିବା ସୂଚନା ମୁତାବକ, ନାମାଙ୍କନପତ୍ର ନାକଚ ହୋଇଥିବା ପ୍ରାର୍ଥୀମାନେ ହେଲେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିକାଶ ମାଢି, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଭାରତୀୟ ଫରୱାର୍ଡ ବ୍ଲକର ସୂର୍ଯ୍ୟମଣି ନାୟକ, ସ୍ୱାଧୀନ ପ୍ରାର୍ଥୀ ସଂଯୁକ୍ତା ଖିଲ। ନିର୍ବାଚନ ନିୟମ ଅନୁଯାୟୀ ଜାତୀୟ ତଥା ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଯେକୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ ସମୟରେ ସେହି ନିର୍ବାଚନ ମଣ୍ଡଳୀର ଜଣେ ପ୍ରସ୍ତାବକ ଏବଂ ସ୍ୱାଧୀନ ତଥା ଅଣସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀ ପାଇଁ ସେହି ନିର୍ବାଚନମଣ୍ଡଳୀର ୧୦ଜଣ ପ୍ରସ୍ତାବକ ରହିବା ଉଚିତ। କିନ୍ତୁ ଏହି ୩ ପ୍ରାର୍ଥୀଙ୍କର ନିୟମ ଅନୁଯାୟୀ ପ୍ରସ୍ତାବକ ନ ଥିବାରୁ ପ୍ରାର୍ଥିପତ୍ର ନାକଚ ହୋଇଥିବା ଉପଜିଲାପାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାଲକାନଗିରି ବିଧାନସଭା ଆସନ ପାଇଁ ବିଜେପିର ଆଦିତ୍ୟ ମାଡ଼ି, ବିଜେଡିର ମୁକୁନ୍ଦ ସୋଡ଼ି, କଂଗ୍ରେସର ମାଲା ମାଢି ନାମାଙ୍କନ ପତ୍ର ଦାଖଲ କରିଥିଲୋ ଏମାନଙ୍କ ବ୍ୟତୀତ ବିଏସପିର ଜରାଶବର ମାଡ଼ି, ହିନ୍ଦୁସ୍ତାନ ନିର୍ବାଣ ଦଳର ବିଜୟ କୁମାର ନାୟକ, ସ୍ବାଧୀନ ପ୍ରାର୍ଥୀ ଉଦୟ ନାରାୟଣ ବୁରୁଦା ଓ ପାର୍ବତୀ ନାୟକ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ବିଜେପିର ପଦୁ ମାଝି, ବିଜେଡିର ପୂର୍ଣ୍ଣଚନ୍ଦ୍ର ବାକା, କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକଙ୍କ ସମେତ ବିଏସ୍‌ପିର ସନାତନ କବାସୀ, ସମତାକ୍ରାନ୍ତି  ଦଳର ଘେନୁ ମୁଦୁଲି ଓ ସ୍ବାଧୀନ ପ୍ରାର୍ଥୀ ବାଲାରାଜୁ କୋପେ, ଭୀମସେନ ନାୟକ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories