ପୁଲୱାମା ଭଳି ଆଉ ଏକ ଆକ୍ରମଣ ଯୋଜନା କରୁଛି ଜୈଶ

0

ଶ୍ରୀନଗର: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ଜାମ୍ମୁ-କାଶ୍ମୀରରେ ପୁଲୱାମା ଆକ୍ରମଣ ଭଳି ଆଉ ଏକ ଆକ୍ରମଣ କରିବାକୁ ଯୋଜନା କରୁଛି। ଏଥର ମଧ୍ୟ ପୂର୍ବଭଳି ସୁରକ୍ଷା ବଳଙ୍କୁ ଟାର୍ଗେଟ କରାଯାଇଛି। କିନ୍ତୁ କେବଳ ସ୍ଥାନ ଭିନ୍ନ ରହିଛି। ପୁଲୱାମା ବଦଳରେ ଜାମ୍ମୁ-କାଶ୍ମୀରର ଅବନ୍ତିପୁରା ଅଞ୍ଚଳରେ ବିସ୍ଫୋରଣ ଘଟାଇବାକୁ ଷଡ଼ଯନ୍ତ୍ର ଚାଲିଛି। ଏ ସମ୍ପର୍କରେ ଜାତୀୟ ସ୍ତରର ଗଣମାଧ୍ୟମ ଟାଇମ୍ସନାଓ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦର୍ଶାଯାଇଛି ଯେ, କିଛି ଦିନ ହେବ ଗୋଟିଏ କିମ୍ବା ୨ଟି ନୁହେଁ, ଲଗାତାର ଭାବେ ରିପୋର୍ଟ ହସ୍ତଗତ ହେଉଛି ଯେ ଜୈଶ ସଂଗଠନ ଆଉ ଏକ ଆକ୍ରମଣ କରିବାକୁ ଯୋଜନା କରୁଛି। ଏଥର ବି ଆଇଇଡି ଭର୍ତ୍ତି ଗାଡ଼ି ଜରିଆରେ ବିସ୍ଫୋରଣ ଘଟାଇବକୁ ଯୋଜନା ହୋଇଛି।

ରିପୋର୍ଟ ଅନୁସାରେ ଆତଙ୍କୀ ସଂଗଠନ ଅଧିକ ସଂଖ୍ୟକ ସୁରକ୍ଷା କମୀଙ୍କୁ ଟାର୍ଗେଟ କରିନାହିଁ। ଛୋଟ ଗାଡ଼ି, ଜିପ୍‌ କିମ୍ବା ଅନ୍ୟାନ୍ୟ ଗାଡ଼ିରେ ଯାତାୟାତ କରୁଥିବା ଯବାନଙ୍କୁ ଟାର୍ଗେଟ କରାଯାଇଛି। ଫଳରେ ସୁରକ୍ଷା ବଳଙ୍କୁ ଅଧିକ ସତର୍କ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

ଜୈଶର ଏଭଳି ଯୋଜନାରୁ ଏହା ସ୍ପଷ୍ଟ ହେଉଛି ଯେ, ଭାରତୀୟ ବାୟୁସେନା ବାଲାକୋଟରେ ସଂଗଠନର ଏକାଧିକ ଶିବିର ଧ୍ବଂସ କରିବା ପରେ ମଧ୍ୟ ଆତଙ୍କୀମାନଙ୍କୁ କୌଣସି ଶିକ୍ଷା ମିଳିନାହିଁ। ବରଂ ସେମାନେ ଏବେ ବି କାଶ୍ମୀର ଉପତ୍ୟକାରେ ସକ୍ରିୟ ରହିଛନ୍ତି। ପୁଲୱାମା ଆକ୍ରମଣରେ ଜୈଶର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଭାରତ ଏବଂ ପାକିସ୍ତାନର ସମ୍ପର୍କ ଫିକା ପଡ଼ିବା ସହ ନିମ୍ନତମ ସ୍ତରରେ ପହଞ୍ଚିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପର୍କକୁ ଦୃଢ଼ କରିବାକୁ ଉଦ୍ୟମ କରିବା ସହ ମାର୍ଚ୍ଚ ୨୩ରେ ପାକିସ୍ତାନର ଜାତୀୟ ଦିବସ ଅବସରରେ ପାକ୍‌ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାତ୍ର ଏବେ ସାନି ଆକ୍ରମଣ ନେଇ ରିପୋର୍ଟ ହସ୍ତଗତ ହେବା ପରେ ଉଭୟ ଦେଶର ସମ୍ପର୍କରେ ସୁଧାର ଆସିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply