www.samajalive.in
Sunday, December 14, 2025
26.1 C
Bhubaneswar

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୨.୮୦ ଲକ୍ଷ ଲୁଟ୍ ଅଭିଯୋଗ; କର୍ମଚାରୀଙ୍କ ହାତ ସନ୍ଦେହ

କଳାପଥର(ବାଙ୍କୀ): କଟକ ଜିଲା ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର-ପତନି-ବୈଦ୍ୟେଶ୍ୱର ରାସ୍ତାରେ ଥିବା ଦମକଳ କେନ୍ଦ୍ର ନିକଟରୁ ଏକ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ମଙ୍ଗଳବାର ସନ୍ଧ୍ୟାରେ ଲୁଟ ହୋଇଛି। ଦୁର୍ବୃତ୍ତମାନେ କର୍ମଚାରୀଙ୍କଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଫାଇନାନ୍ସ କମ୍ପାନୀ ପକ୍ଷରୁ ପ୍ରଥମେ ଖୋର୍ଦ୍ଧାର ଧଳାପଥର ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। କିନ୍ତୁ ଘଟଣାଟି ବୈଦ୍ୟେଶ୍ବର ଥାନା ଅଞ୍ଚଳରେ ଘଟିଥିବାରୁ ସେଠାକାର ପୁଲିସର ପରାମର୍ଶ କ୍ରମେ କମ୍ପାନୀ ପକ୍ଷରୁ ବୈଦ୍ୟେଶ୍ବର ଥାନାରେ ଅଭିଯୋଗ କରାଯାଇଛି।

ଅଭିଯୋଗ ଅନୁସାରେ, ସ୍ଥାନୀୟ ଦମକଳ କେନ୍ଦ୍ର ପାଖରେ ଥିବା ଏକ ଫାଇନାନ୍ସ କମ୍ପାନୀର ଦୁଇଜଣ କର୍ମ୍ମଚାରୀ ୨ ଲକ୍ଷ ୮୦ ହଜାର ଟଙ୍କା ସାଙ୍ଗରେ ଧରି କଳାପଥରଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ ଶାଖାରେ ଜମା କରିବାକୁ ଆସୁଥିଲେ। ଏହି ସମୟରେ କଳାପଥର ହରିଜନସାହି ନିକଟରେ ୪ଜଣ ଦୁର୍ବୃତ୍ତ ୨ଟି ପଲସର ବାଇକରେ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ଫାଙ୍କା ଗୁଳିଚାଳନା କରି କର୍ମଚାରୀଙ୍କୁ ଭୟଭୀତ କରାଇ ଟଙ୍କା ଲୁଟି ନେଇ ପଳାଇଥିଲେ। ତେବେ ଘଟଣାଟି ବାଙ୍କୀ ବ୍ଲକର ବୈଦ୍ୟେଶ୍ବର ଥାନା ଅଧୀନରେ ଘଟିଥିବାବେଳେ କମ୍ପାନୀର ଶାଖା ପରିଚାଳକଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲା ବେଗୁନିଆ ଥାନାର ଧଳାପଥର ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ଏହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ପରେ ଧଳାପଥର ଫାଣ୍ଡି ପୁଲିସ ପକ୍ଷରୁ ଶାଖା ପରିଚାଳକଙ୍କୁ ବୈଦ୍ୟେଶ୍ବର ଥାନାରେ ଅଭିଯୋଗ କରିବାକୁ କୁହାଯିବାରୁ ସେ ସେଠାରେ ଅଭିଯୋଗ କରିଛନ୍ତି। ବୈଦ୍ୟେଶ୍ୱର ଥାନା ଅଧିକାରୀ ମାନସ ରଞ୍ଜନ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। କର୍ମଚାରୀ ରାତିରେ ଟଙ୍କା ଧରି ଏଟିଏମ ଶାଖାକୁ ଜମା କରିବାକୁ ଯିବା ଘଟଣା ପୁଲିସକୁ ସନ୍ଦେହରେ ପକାଇଛି। ଘଟଣାରେ କମ୍ପାନୀର କିଛି କର୍ମଚାରୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଥିବା ଥାନା ଅଧିକାରୀ ମିଶ୍ର ସୂଚନା ଦେଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories