ପିଜ୍ଜା ଟୋଷ୍ଟ
ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୪ଖଣ୍ଡ
ଚିଜ – ଆବଶ୍ୟକ ପରିମାଣରେ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
କୋରା ଗାଜର – ୧ଟି
କଟା ସିମଲା ଲଙ୍କା – ୧ଟି
କଟା କଞ୍ଚା ଲଙ୍କା – ୨ଟି
କଟା ଧନିଆ ପତ୍ର – ଅଳ୍ପ
ଚିଲି ସସ – ଅଳ୍ପ
କ୍ରିମ – ୧କପରୁ କମ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁ୍ତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ପିଆଜ, ଟମାଟୋ ,ସିମଲା ଲଙ୍କା, କଞ୍ଚା ଲଙ୍କା ,ଲୁଣ, ଧନିଆ ପତ୍ର ପକାଇ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ପାଉଁରୁଟିରେ ଚିଜ ଲଗାଇ ଏଥିରେ ଏହି ମିଶ୍ରଣକୁ ଚାମଚ ସାହାଯ୍ୟରେ ଲଗାଇ ଦିଅନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ଅଳ୍ପ ତେଲ ଲଗାଇ ଗରମ କରନ୍ତୁ। ଏବେ ତାୱାରେ ପାଉଁରୁଟିକୁ ରଖି ସେକି ଦିଅନ୍ତୁ। ସେକିବା ପରେ ପାଉଁରୁଟିକୁ କାଢି ଏହା ଉପରେ ଅନ୍ୟ ଏକ ପାଉଁରୁଟିରେ କ୍ରିମ ଲଗାଇ ପ୍ରସ୍ତୁତ ପାଉଁରୁଟି ଉପରେ ରଖନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ସସ ସହ ଖାଆନ୍ତୁ।