www.samajalive.in
Saturday, December 13, 2025
26.1 C
Bhubaneswar

୨ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪ ଆହତ

ଖୁଣ୍ଟା: ଖୁଣ୍ଟା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ଖୁଣ୍ଟା-ବାସିପିଠା ମଧ୍ୟରେ ଥିବା ତେରମାଇଲ ଛକ ନିକଟରେ ସୋମବାର ରାତିରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୪ ବାଇକ ଆରୋହୀ ଆହତ ହୋଇଛନ୍ତି।  ମୃତ ଯୁବକ ହେଲେ ଖୁଣ୍ଟା ବ୍ଲକ ଖୁଦପୁଟୁଳି ଗ୍ରାମର ବଳିଆ ନାଏକଙ୍କ ପୁଅ ଅଜୟ ନାଏକ(୨୫)। ଖୁଦପୁଟଳିର ଅଜୟ କୁମାର ନାଏକ ଓ ସଞ୍ଜୟ ନାଏକ ଗୋଟିଏ ବାଇକରେ ବାରିପଦା ପଟୁ ଉଦଳା ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ଟଭାଗଡି ଗ୍ରାମର ଲକ୍ଷ୍ମଣ ନାଏକ, ସଞ୍ଜୟ ନାଏକ ଓ ଲୁଲୁ ନାଏକ ଆସୁଥିଲେ। ତରେମାଇଲ ଛକ ନିକଟରେ ଉଭୟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖୁଣ୍ଟା ଅଗ୍ନିଶମ କେନ୍ଦ୍ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡୁକୁରା  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅଜୟଙ୍କୁ ମୃତ ଘୋଷଣା କରିଥିଲେ। ଡୁକୁରା ଫାଣ୍ଡି ପୁଲିସ ପହଞ୍ଚି ମୃତଦେହ ସମେତ ଦୁର୍ଘଟଣାଗ୍ରସ୍ତ ୨ଟି ବାଇକ୍‌ ଜବତ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories