www.samajalive.in
Saturday, December 13, 2025
21.1 C
Bhubaneswar

ରାଜସ୍ଥାନକୁ ୧୪ ରନରେ ହରାଇଲା ପଞ୍ଜାବ

ଜୟପୁର: ଆଇପିଏଲର ୪ର୍ଥ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୪ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ପଞ୍ଜାବ ୨୦ ଓଭର ଖେଳି ୧୮୪ ରନ କରିଥିବାବେଳେ ଜବାବରେ ରାଜସ୍ଥାନ ୧୭୦ ରନ କରିବାରେ ସମର୍ଥ ହୋଇଛି।

ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି କ୍ରିସ ଗେଲଙ୍କ ଧୂଆଁଧାର ୭୯(୪୭ ବଲ) ରନ ବଳରେ ୧୮୪ ରନ୍‌ କରିଥିଲା। ସରଫରଜ ଖାନ ୨୯ ବଲରେ ୪୬ ରନ କରିଥିଲେ। ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ଭଲ ଆରମ୍ଭ କରିଥିଲା। ପ୍ରଥମ ଉଇକେଟ ଯୋଡ଼ିରେ ଆଜଙ୍କ୍ୟ ରାହାଣେ ଏବଂ ଜସ୍‌ ବଟଲର ୮.୧ ଓଭରରେ ୭୮ ରନ୍‌ର ଭାଗିଦାରି କରିଥିଲେ। ଏହା ପରେ ରାହାଣେ ଆଉଟ ହୋଇଯାଇଥିଲେ। ଏହା ପରେ ସଞ୍ଜ ସାମସନ ଏବଂ ବଟଲର ଇନିଂସ  ସମ୍ଭାଳିଥିଲେ। କିନ୍ତୁ ଉଭୟେ ଆଉଟ ହେବା ପରେ ଦଳ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା। ୪ ଓଭରରେ ରାଜସ୍ଥାନ ୭ଟି ଉଇକେଟ ହରାଇବା ଫଳରେ ମ୍ୟାଚ ପଞ୍ଜାବ ହାତକୁ ଚାଲିଯାଇଥିଲା। ରାଜସ୍ଥାନ ୨୦ ଓଭର ଖେଳି ୯ଟି ଉଇକେଟ ହରାଇ ୧୭୦ ରନ କରିବାରେ ସକ୍ଷମ ହୋଇଥିଲା। କ୍ରିସ୍‌ ଗେଲ ମ୍ୟାନ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories