www.samajalive.in
Saturday, December 13, 2025
26.1 C
Bhubaneswar

ବାଙ୍ଗାଲୋର ନିକଟରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଓଡ଼ିଶାରୁ ବାତିଲ ହେବ ଏହି ସବୁ ଟ୍ରେନ

ଭୁବନେଶ୍ୱର .-  ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ    ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହିତ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ  ଚାଲୁଥିବାରୁ  ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ଗୋଟିଏ ଦିନ ପାଇଁ ଓ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ନଅ ଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି  ନିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀଠାରୁ ଛାଡିବାକୁ ଥିବା ୨୨୮୮୩ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ ମାର୍ଚ୍ଚ ୨୯ ତାରିଖ ରେ ଏବଂ ଯଶୋବନ୍ତପୁର ଠାରୁ ଛାଡିବାକୁ ଥିବା ୨୨୮୮୪ ଯଶୋବନ୍ତପୁର-ପୁରୀ ଗରିବ ରଥ  ଏକ୍ସପ୍ରେସ ମାର୍ଚ୍ଚ ୩୦ ତାରିଖ ରେ ବାତିଲ  ହୋଇଛି । ସେହିପରି ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ମାର୍ଚ୍ଚ ମାସ ୨୭ ତାରିଖରୁ ଏପ୍ରିଲ ମାସ ୪ ତାରିଖ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର ଠାରୁ ମାର୍ଚ୍ଚ ମାସ ୨୮ ତାରିଖରୁ ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସ.ଏସ.ପି.ଏନ) ମଧ୍ୟରେ ଚଳାଚଳ କରିବ ଏବଂ ଏସ.ଏସ.ପି.ଏନ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ  ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

- Advertisement -

 

ଏହି ଟ୍ରେନ ପାଇଁ ସଂରକ୍ଷଣ ଟିକେଟ କରିଥିବା ଯାତ୍ରୀମାନଙ୍କୁ ପୃଥକ ପୃଥକ ଭାବେ ମୋବାଇଲ ଫୋନ ଏସ.ଏମ.ଏସ. ମାଧ୍ୟମରେ ସୂଚନା ପ୍ରଦାନ କରାଯାଇ ଥିବା ପୂର୍ବତଟ ରେଳ ପଥ ସୂଚନା ଦେଇଛି I  ଏଥିପାଇଁ ବାତିଲ ହୋଇଥିବା ଟ୍ରେନ ର ସଂରକ୍ଷିତ ଟିକେଟ ବାବଦରେ ସମସ୍ତ ପାଉଣା ଫେରସ୍ତ କରାଯିବ ବୋଲି  ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories