www.samajalive.in
Friday, December 12, 2025
16.1 C
Bhubaneswar

ସୂର୍ଯ୍ୟ ଉଭାନ୍ ହୋଇଗଲେ କ’ଣ ହେବ ?

ସୌରମଣ୍ଡଳରେ ସୂର୍ଯ୍ୟର ମହତ୍ତ୍ବ ସମ୍ପର୍କରେ ପ୍ରାୟ ସମସ୍ତେ ପରିଚିତ । ସୂର୍ଯ୍ୟ ବିନା ଜୀବନ ପରିକଳ୍ପନା କରିବା ଅସମ୍ଭବ । ଥରେ ଚିନ୍ତା କରନ୍ତୁ ତ ଯଦି ସୌରମଣ୍ଡଳରୁ ହଠାତ୍ ସୂର୍ଯ୍ୟ ଉଭାନ୍ ହୋଇଯିବ ତେବେ କ’ଣ ହେବ ? ଏହାର ଉତ୍ତର ସୂର୍ଯ୍ୟର ଉପଯୋଗିତାରୁ ମିଳିପାରିବ ।

ସୌରମଣ୍ଡଳର ସମସ୍ତ ଗ୍ରହ ସୂର୍ଯ୍ୟର ପରିକ୍ରମା କରିଥାଆନ୍ତି । ସୂର୍ଯ୍ୟର ମହାକର୍ଷଣ ଶକ୍ତି ଗ୍ରହଗୁଡିକୁ ନିଜ ଆଡକୁ ଭିଡି ରଖିଥାଏ । ଏହା ହେଉଛି ଗ୍ରହ ଗୁଡିକର ପରିକ୍ରମାର ପ୍ରମୁଖ୍ୟ କାରଣ । ଏକ ସମାନ୍ତରଳ ଦୂରତାରେ ଗ୍ରହ ଗୁଡିକ ପରିକ୍ରମରା କରୁଥିବାରୁ ସୂର୍ଯ୍ୟକୁ ଛୁଇଁ ପାରିବେ ନାହିଁ । ଯଦି ଗ୍ରହ ଗୁଡିକର ଗତିକୁ ରୋକା ଯାଇପାରିବ ତେବେ ଗ୍ରହ ଗୁଡିକ ସୂର୍ଯ୍ୟ ଆଡକୁ ଆକର୍ଷିତ ହୋଇ ସୂର୍ଯ୍ୟରେ ଲିନ୍ନ ହୋଇଯିବେ । ଏହା ଦ୍ବାରା ଗ୍ରହ ଗୁଡିକର ଅସ୍ତିତ୍ବ ରହିବ ନାହିଁ । ତେଣୁ ଏହାର ପରିଣାମ ପୃଥିବୀ ପୃଷ୍ଠ ପାଇଁ କ୍ଷତିକାରକ ହୋଇପାରିବ । ଯଦି କୌଣସି ଅଜଣା କାରଣ ପାଇଁ ସୂର୍ଯ୍ୟ ହଠାତ୍ ଉଭାନ ହୋଇଯିବେ ତେବେ ସୂର୍ଯ୍ୟକୁ ପରିକ୍ରମା କରୁଥିବା ଗ୍ରହ, ଉପଗ୍ରହ ଏବଂ ଧୁମକେତୁର ଅବସ୍ଥା କ’ଣ ହେବ , ତାହା ଭାବିବା କଷ୍ଟକର । ତେବ ମହାକର୍ଷଣ ଶକ୍ତି ନଥିବା ଯୋଗୁ ଗ୍ରହ ଓ ଉପଗ୍ରହ ଗୁଡିକ କେଉଁଆଡେ ଚାଲିଯିବେ ତାହା ଜଣାପଡିବ ନାହିଁ ।

- Advertisement -

ସୌରଜଗତରୁ ସୂର୍ଯ୍ୟ ଉଭାନ୍ ହୋଇଗଲେ ଗ୍ରହ ଗୁଡିକ ପରସ୍ପର ମଧ୍ୟରେ ଧକ୍କା ହୋଇ ଧ୍ବଂସ ହୋଇଯିବେ ।

ଗ୍ରହଗୁଡିକ ଏକ ପରିକ୍ରମା ଦୂରତ୍ବରେ ଗତି କରୁଥିବା ବେଳେ ସୌର ମଣ୍ଡଳରୁ ବାହାରକୁ ଚାଲିଯିବେ ।

ପୃଥିବୀ ପୃଷ୍ଠ ସୂର୍ଯ୍ୟ କିରଣର ଗରମକୁ ଧରି ରଖିଥାଏ, ଯାହା ଦ୍ବାରା ଜୀବଜଗତ ଶୀଘ୍ର ନଷ୍ଟ ହୋଇନଥାଏ । ସୂର୍ଯ୍ୟ ନ ରହିଲେ ପୃଥିବୀ ଥଣ୍ଡା ପଡିଯିବ, ସେହି କ୍ରମରେ ପୃଥିବୀ ପୃଷ୍ଠରୁ ଜୀବଜନ୍ତୁଙ୍କ ଅସ୍ତିତ୍ବ ଲୋପ ପାଇଯିବ ।

ପୃଥିବୀ ପୃଷ୍ଠରେ ଅନ୍ଧରା ହୋଇଯିବ । ବୃକ୍ଷ ଓ ଜୀବଜନ୍ତୁଙ୍କ ଜୀବନ ଧାରଣ କ୍ଷମତା ରହିବ ନାହିଁ ।

ପୃଥିକୀ ପୃଷ୍ଠରେ ଥଣ୍ଡା ଅଧିକ ମାତ୍ରାରେ ବଢିଯିବ । ସୂର୍ଯ୍ୟ କିରଣ କମିବା ଯୋଗୁଁ ଜୀବଜନ୍ତୁ ବଞ୍ଚିବା ଅସମ୍ଭବ ହୋଇଯିବ । କିଛି ଦିନରେ ତାପମାତ୍ରା ଶୂନ୍ୟରୁ ବିଯୁକ୍ତ ୧୦୦ ଡିଗ୍ରୀ ତଳକୁ ଖସିଯିବ ।

ପୃଥିବ ପୃଷ୍ଠରେ କିଛି ସୂକ୍ଷ୍ମ ଜୀବ ବ୍ୟତିତ ଅନ୍ୟ କୌଣସି ଜୀବ ବଞ୍ଚିବା ସମ୍ଭବ ହେବ ନାହିଁ ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories