www.samajalive.in
Thursday, December 11, 2025
16.1 C
Bhubaneswar

ଜେଟ ଏୟାରୱେଜ ବୋର୍ଡରୁ ଇସ୍ତଫା ଦେଲେ ନରେଶ ଏବଂ ପତ୍ନୀ ଅନୀତା ଗୋଏଲ

ମୁମ୍ବଇ : ଆର୍ଥିକ ସଂକଟ ଦେଇ ଗତି କରୁଥିବା ଜେଟ ଏୟାରୱେଜର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ନରେଶ ଗୋଏଲ ଏବଂ ତାଙ୍କ ପତ୍ନୀ ଅନୀତା ଗୋଏଲ ଏୟାରଲାଇନ୍ସ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଋଣଦାତାଙ୍କ ସହ ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଉଭୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏସବିଆଇ ନେତୃତ୍ୱରେ ଋଣଦାତାମାନେ ଏକ ପ୍ରସ୍ତାବ (ରିଜୋଲ୍ୟୁସନ୍‍ ପ୍ଲାନ) ପ୍ରସ୍ତୁତ କରିଛନ୍ତି। ଏଥିରେ ଜେଟର ଋଣ ଶେୟାର ବଦଳାଇବା ସହ ୧,୫୦୦ ଟଙ୍କାର ପାଣ୍ଠି ତୁରନ୍ତ ଯୋଗାଇ ଦେବାର ପ୍ରସ୍ତାବ ରହିଛି।
ଉଲ୍ଲେଖଯୋଗ୍ୟ ଯେ ଜେଟ ଏୟାରୱେଜ ଉପରେ ୮୦୦୦ କୋଟିରୁ ଅଧିକ ଟଙ୍କାର ଋଣ ଅଛି। ଏୟାରଲାଇନ୍ସକୁ ଦେବାଳିଆ ହେବାରୁ ବଞ୍ଚିବା ପାଇଁ ନଗଦ ଟଙ୍କାର ଆବଶ୍ୟକତା ରହିଛି। ବ୍ୟାଙ୍କଗୁଡ଼ିକ ଗତ ସପ୍ତାହରେ ସଂକେତ ଦେଇଥିଲେ ଯେ ପରିଚାଳନା ବୋର୍ଡରେ ପରିବର୍ତ୍ତନ ହେଲେ ସେମାନେ ଏୟାରଲାଇନ୍ସରେ ଟଙ୍କା ଲଗାଇ ପାରିବେ। ନରେଶ ଏବଂ ତାଙ୍କ ପତ୍ନୀ ଅନୀତାଙ୍କ ଇସ୍ତଫା ପରେ ଏବେ ଏୟାରଲାଇନ୍ସର ପ୍ରତିଦିନର କାର୍ଯ୍ୟର ତଦାରଖ ପାଇଁ ଏକ ଅନ୍ତରୀଣ ପରିଚାଳନା କମିଟି ଗଠନ କରାଯିବ। ଜେଟ ଏୟାରୱେଜର ଋଣଦାତାଙ୍କ ମଧ୍ୟରୁ ୨ ଜଣ ଏହି ପରିଚାଳନା କମିଟିରେ ରହିବେ। ଜେଟ ଏୟାରୱେଜ ଏୟାରଲାଇନ୍ସ ଏବଂ ଇଞ୍ଜିନିୟର୍ସଙ୍କୁ ୩ ମାସ ହେଲା ଦରମା ମିଳିନାହିଁ। ମାର୍ଚ୍ଚ ୩୧ ସୁଦ୍ଧା ଦରମା ନମିଳିଲେ ଏପ୍ରିଲ ୧ରୁ ଆଉ ଉଡ଼ାଣ କରିବେ ନାହିଁ ବୋଲି ପାଇଲଟମାନେ ଚେତାବନୀ ଦେଇଥିଲେ। କେନ୍ଦ୍ର ସରକାର ଜେଟ ଏୟାରୱେଜକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏହାପରେ ବ୍ୟାଙ୍କଗୁଡ଼ିକ ପରିଚାଳନା ବୋର୍ଡରେ ପରିବର୍ତ୍ତନ କରିବାକୁ କହିଥିଲେ। ଲିଜ ଭଡ଼ା ଦେଇନପାରିବାରୁ ଜେଟ ଏୟାରୱେଜର ୫୪ଟି ବିମାନର ଉଡ଼ାଣ ବନ୍ଦ ହୋଇଯାଇଛି। ଏହାସହ ୧୩ ଅନ୍ତର୍ଜାତୀୟ ପଥରେ ଅପ୍ରେଲ ପର୍ଯ୍ୟନ୍ତ ଉଡ଼ାଣ ବାତିଲ କରିଦିଆଯାଇଛି। ଏକ ରିପୋର୍ଟ ଅନୁସାରେ ଜେଟ ଏୟାରୱେଜ ଦେବାଳିଆ ହେଲେ ୧୬,୫୦୦ ଲୋକ ଚାକିରି ହରାଇବେ।
ନରେଶ ଗୋଏଲ ଏବଂ ତାଙ୍କ ପତ୍ନୀ ଅନୀତା ଗୋଏଲ ୨୫ ବର୍ଷ ତଳେ ୧୯୯୩ରେ ଜେଟ ଏୟାରୱେଜର ସ୍ଥାପନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories