www.samajalive.in
Friday, December 12, 2025
15.1 C
Bhubaneswar

ଜଳିଗଲା ବସ୍‌; ୪ ଯାତ୍ରୀ ଜୀବନ୍ତ ଦଗ୍ଧ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ମୈନପୁରୀ ଅଞ୍ଚଳରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଛି। ଫଳରେ ବସ୍‌ରେ ଯାତ୍ରା କରୁଥିବା ୪ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ଦିଲ୍ଲୀର ଆନନ୍ଦବିହାର ଅଞ୍ଚଳରୁ ବସ୍‌ଟି ଲକ୍ଷ୍ନୌ ଆସୁଥିଲା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର କରହଲ ଥାନା ଅନ୍ତର୍ଗତ ମୀଠେପୁର ନିକଟରେ ବସ୍‌ଟି ରାସ୍ତାର ଡିଭାଇଡରକୁ ଧକ୍କା ଦେଇଥିଲା। ଏହାପରେ ବସ୍‌ଟିରେ ନିଆଁ ଲାଗିଯାଇଥିଲା। କିଛି କ୍ଷଣମଧ୍ୟରେ ସମ୍ପୂର୍ଣ୍ଣ ବସଟି ଜଳିଯାଇଥିଲା। ବସ୍‌ରେ ଥିବା ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବସ୍‌ରେ କେତେ ଯାତ୍ରୀ ଥିଲେ ସେ ସମ୍ପର୍କରେ ସୂଚନା ମିଳିନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories