www.samajalive.in
Saturday, December 13, 2025
23.1 C
Bhubaneswar

ଗୋରୁ ବୋଝେଇ ଟ୍ରକ୍‍ ଜବତ, ୩୪ ଗୋରୁ ଉଦ୍ଧାର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ୍‍କୁ ପିପିଲି ପୁଲିସ ମଙ୍ଗଳବାର ରାତିରେ ଜବତ କରିଥିବା ଜଣାପଡିଛି। ଜବତ କରି ଉକ୍ତ ଟ୍ରକ୍‍ରୁ ୨୭ଟି ବଳଦ ଓ ୭ଟି ଗାଇକୁ ପୁଲିସ୍ ଉଦ୍ଧାର କରିଥିବା ବେଳେ ସମସ୍ତ ଗୋରୁଙ୍କୁ ପଟ୍ଟନାୟକିଆ ଛକ ସ୍ଥିତ ଗୋଶାଳାରେ ଛଡାଯାଇଥିବା ସୂଚନା ମିଳିଛି। ସତ୍ୟବାଦୀ ଥାନା ଅନ୍ତର୍ଗତ ଅହମ୍ମଦପୁର ଅଞ୍ଚଳରୁ ଉକ୍ତ ଗୋରୁଙ୍କୁ କଲିକତା ଚାଲାଣ କରାଯାଉଥିବା ସୂଚନା ମିଳିଛି। ପୁଲିସ୍ ଏହି ଘଟଣାରେ ଟ୍ରକ୍‍ର ଡ୍ରାଇଭରକୁ ଗିରଫ କରିଛି।
ସତ୍ୟବାଦୀ, ଚନ୍ଦନପୁର ସମେତ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରୁ ଦୈନିକ ଗୋଚାଲାଣ ଘଟଣା ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ମଙ୍ଗଳବାର ରାତିରେ ସତ୍ୟବାଦୀ ଅଞ୍ଚଳରୁ ପିପିଲି ଦେଇ କଲିକତାକୁ ଗୋଚାଲାଣ କରାଯାଉଥିବା ସମ୍ପର୍କରେ ପୁଲିସକୁ ଖବର ମିଳିଥିଲା। ଆଇଆଇସି ଶରତ କୁମାର ସାହୁଙ୍କ ନିର୍ଦ୍ଦେଶରେ ରାତ୍ର ପେଟ୍ରୋଲିଂ କରୁଥିବା କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏସ୍‍ଆଇ ଅଶୋକ କୁମାର ଗୋଛାୟତ, ଏଏସ୍‍ଆଇ ରବିନ୍ଦ୍ର ନାୟକ, ଏଲ୍‍ସି ଗଙ୍ଗାଧର ପ୍ରଧାନ ପ୍ରମୁଖ ଜାତୀୟ ରାଜପଥ ଉପରେ ଏକ ଗୋରୁ ବୋଝେଇ ଟ୍ରକ୍‍(କଣ୍ଟେନର ବିଶିଷ୍ଟ)କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପୁଲିସକୁ ଦେଖି ଗାଡିର ଚାଳକ ଦୃତଗତିରେ ଗାଡିକୁ ନେଇ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଉକ୍ତ ଗାଡିକୁ କିଛିଦୂର ପର୍ଯ୍ୟନ୍ତ ପଛରୁ ଗୋଡାଇବା ପରେ ଅଟକାଇଥିଲା। ଉକ୍ତ ଟ୍ରକ୍‍ର କଣ୍ଟେନରକୁ ଖୋଲିବା ପରେ ତା’ମଧ୍ୟରେ ୩୪ଟି ଗୋରୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ପୁଲିସ ଉକ୍ତ ଟ୍ରକ୍‍କୁ ଜବତ କରିବା ସହ ଚାଳକକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories