www.samajalive.in
Wednesday, December 10, 2025
16.1 C
Bhubaneswar

ସମ୍ବାଦ ଓ ମତାମତର ମିଶ୍ରଣ ହେବା ଉଚିତ ନୁହେଁ – ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ନିରପେକ୍ଷ ଗଣମାଧ୍ୟମ ଗଣତନ୍ତ୍ରର ମୂଳଦୁଆ ଅଟେ ଓ ଗଣତନ୍ତ୍ର ତିଷ୍ଠି ରହିବାପାଇଁ ଗଣମାଧ୍ୟମ ଏକ ଶକ୍ତିଶାଳୀ ଉପାଦାନ ଭାବେ କାର୍ଯ୍ୟ କରିପାରିବ। ନୂଆଦିଲ୍ଲୀସ୍ଥିତ ଭାରତୀୟ ଗଣମାଧ୍ୟମ ପ୍ରତିଷ୍ଠାନଠାରେ ଅଟଳ ବିହାରୀ ବାଜାପେୟୀ ସ୍ମାରକୀ ବକ୍ତୃତା ପ୍ରଦାନ କରି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଏହା କହିଛନ୍ତି। ସେ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ୍‍ ଗଣତନ୍ତ୍ର ହୋଇଥିବାରୁ ଭାରତରେ ଗଣମାଧ୍ୟମର ଭୂମିକା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ସଠିକ୍‍ ଓ ବିଶ୍ୱସନୀୟ ତଥ୍ୟ ଯୋଗାଣରେ ଗଣମାଧ୍ୟମ ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ ଏବଂ ସମ୍ବାଦ ଓ ମତାମତର ମିଶ୍ରଣ ହେବା ଉଚିତ ନୁହେଁ। ଉପରାଷ୍ଟ୍ରପତି କହିଛନ୍ତି, ଏକ ନିରପେକ୍ଷ ଗଣମାଧ୍ୟମ ଲୋକମାନଙ୍କୁ ସଠିକ୍‍ ତଥ୍ୟ ଦେଇପାରିବ। ଗଣମାଧ୍ୟମକୁ ସଠିକ୍‍ ତଥ୍ୟ ଯୋଗାଇବାକୁ ହେବ ଓ ନିର୍ଭୟରେ ମତାମତ ଦିଆଯିବା ଆବଶ୍ୟକ।

ଅର୍ଥ ଦେଇ ସମ୍ବାଦ ପ୍ରଚାର ଉପରେ ଉପରାଷ୍ଟ୍ରପତି ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭୋଟ୍‍ ଦେବା କେବଳ ଏକ ଅଧିକାର ନୁହେଁ, ଏହା ଲୋକମାନଙ୍କର କର୍ତ୍ତବ୍ୟ ମଧ୍ୟ। ତେଣୁ ଲୋକସଭା ନିର୍ବାଚନରେ ଲୋକମାନେ ବହୁ ସଂଖ୍ୟାରେ ଆସି ମତଦାନ କରିବା ଉଚିତ। ସେ କହିଛନ୍ତି, ପ୍ରତ୍ୟେକ ନିର୍ବାଚନରେ ମତଦାନ ଏକ ଅଭ୍ୟାସରେ ପରିଣତ ହେବା ଉଚିତ ଓ ଲୋକମାନଙ୍କୁ ବହୁ ସଂଖ୍ୟାରେ ଆସି ମତଦାନ କରିବାପାଇଁ ପ୍ରବର୍ତ୍ତାଇ ଗଣମାଧ୍ୟମ ଭାଗିଦାରୀମୂଳକ ଗଣତନ୍ତ୍ରର ବିକାଶରେ ସାହାଯ୍ୟ କରିପାରିବ। ଏହା ହେଲେ ଗଣତନ୍ତ୍ରର ମୂଳଦୁଆ ସୁଦୃଢ଼ ହେବ। ଉପରାଷ୍ଟ୍ରପତି ନାଇଡୁ କହିଛନ୍ତି, ଯଦି ଗଣମାଧ୍ୟମ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟ ସମ୍ପାଦନାକୁ ଉପସ୍ଥାପନ କରିବ ଏବଂ ଯଦି ଜନସାଧାରଣ ରାଜନୈତିକ ଦଳଗୁଡ଼ିକଠାରୁ ଉତ୍ତରଦାୟିତା ଦାବି କରିବେ, ତେବେ ଭାରତ କେବଳ ସର୍ବବୃହତ୍‍ ଗଣତନ୍ତ୍ର ହେବ ନାହିଁ, ଏହା ବିଶ୍ୱର ସବୁଠୁ ସ୍ୱଚ୍ଛ ଏବଂ ଜୀବନ୍ତ ଗଣତନ୍ତ୍ରରେ ପରିଣତ ହେବ। ସେ କହିଛନ୍ତି, ତଥ୍ୟ ଉପରେ ମତାମତ ଦେବା ଯଦି ଗଣମାଧ୍ୟମର ଅଭ୍ୟାସରେ ପରିଣତ ହୁଏ, ତେବେ ଏହା ଗଣତନ୍ତ୍ରପାଇଁ ବିପଜ୍ଜନକ ହେବ।

- Advertisement -

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପରାଷ୍ଟ୍ରପତି ନାଇଡୁ କହିଛନ୍ତି, ବାଜପେୟିଜୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ସାମ୍ବାଦିକ ଭାବେ ନିଜର ଜୀବନ ଆରମ୍ଭ କରିଥିଲେ ଓ ତାଙ୍କର ଜୀବନକାଳରେ ଲୋକମାନଙ୍କ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା କଳାକୁ ସେ ବଜାୟ ରଖିଥିଲେ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories