www.samajalive.in
Saturday, December 6, 2025
16.1 C
Bhubaneswar

ଗୋଟିଏ ପରିବାରର କ୍ଷମତା ଲୋଭ ପାଇଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିଛି: ମୋଦୀ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ପାରିବାରିକ ରାଜନୀତିକୁ ସେ କଡ଼ା ସମାଲୋଚନା କରିଛନ୍ତି। କ୍ଷମତା ହାସଲ ପାଇଁ ଗୋଟିଏ ପରିବାରର ଅଭିଳାଶ ଯୋଗୁ ପୂରା ଦେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି ବୋଲି ମୋଦୀ ବୁଧବାର ନିଜ ବ୍ଲଗରେ ଉଲ୍ଲେଖ କରିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ୨୦୧୪ରେ ଜନସାଧାରଣ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ଭୋଟ ଦେଇଥିଲେ। ସଚ୍ଚୋଟତା ଏବଂ ବିକାଶ ପାଇଁ ଲୋକେ ମତଦାନ କରିଥିଲେ। ଏହି ୫ବର୍ଷ ମଧ୍ୟରେ ଦେଶ ଶୀର୍ଷ ଅର୍ଥବ୍ୟବସ୍ଥାରେ ସାମିଲ ହୋଇଛି। ଭୋଟରମାନଙ୍କ ଉଦ୍ଦେଶ୍ୟରେ ମୋଦୀ କହିଛନ୍ତି ଯେ, ଯେହେତୁ ଆପଣମାନେ ଭୋଟ ଦେବାକୁ ଯିବେ, ତେଣୁ ଅତୀତରେ କିପରି ଗୋଟିଏ ପରିବାରର କ୍ଷମତା ଲୋଭ ପାଇଁ ଦେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି ତାହାକୁ ମନେପକାଇବେ। ନିଜ ସ୍ବାଧୀନତା ବଜାୟ ରଖି ସତକର୍ତାର ସହ ଭୋଟ ଦେବାକୁ ମୋଦୀ ଆହ୍ବାନ କରିଛନ୍ତି।

- Advertisement -

ମୋଦୀ ଆହୁରି ଉଲ୍ଲେଖ କରିଛନ୍ତି ​ ଯେ, ବଂଶବାଦ ରାଜନୀତି ପାଇଁ ଦେଶର ବିଭିନ୍ନ ସଂସ୍ଥାଙ୍କୁ କ୍ଷତି ସହିବାକୁ ପଡ଼ିଛି। ଗଣମାଧ୍ୟମଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ, ସୈନିକଙ୍କଠାରୁ ଆରମ୍ଭ କରି ବାକ୍‌ ସ୍ବାଧୀନତା ପର୍ଯ୍ୟନ୍ତ, ସମ୍ବିଧାନଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ କେହି ବର୍ତ୍ତି ନାହାନ୍ତି। ବଂଶବାଦକୁ ପ୍ରୋତ୍ସାହନ ଦେଉଥିବା ଦଳ କେବେ ବି ସ୍ବତନ୍ତ୍ର ଏବଂ ନିର୍ଭୀକ ସାମ୍ବାଦିକତାକୁ ପ୍ରଶ୍ରୟ ଦେଇନାହାନ୍ତି। କଂଗ୍ରେସ ପ୍ରତିରକ୍ଷା କ୍ଷେତ୍ରକୁ ରୋଜଗାରର ଏକ ମାଧ୍ୟମ ବୋଲି ଧରିନେଇଛି। ସେଥିପାଇଁ ଆମ ସଶସ୍ତ୍ର ବଳଙ୍କୁ ଯେଭଳି ସମ୍ମାନ ମିଳିବା କଥା ତାହା କେବେ ମିଳିନାହିଁ। କଂଗେସ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଜିପ କିଣାରୁ ଦୁର୍ନୀତି ଆରମ୍ଭ ହୋଇ ତୋପ, ବୁଡ଼ାଜାହାଜ ଏବଂ ହେଲିକପ୍ଟର ପର୍ଯ୍ୟନ୍ତ ପହଞ୍ଚିଛି ବୋଲି ମୋଦୀ ନିଜ ବ୍ଲଗରେ ଲେଖିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories