ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରିବ। ସାଧାରଣ ନିର୍ବାଚନ ସମ୍ପର୍କିତ ଯେକୌଣସି ଅନିୟମିତତା ଏବଂ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ବିଷୟରେ ଥିବା ଅଭିଯୋଗ ଥିଲେ ଜନସାଧାରଣ କଣ୍ଟ୍ରୋଲ୍ ରୁମରେ ଥିବା ୦୬୭୪-୨୩୯୫୦୧୫ ଟେଲିଫୋନ୍ ନମ୍ବରକୁ କଲ୍ କରି ଜଣାଇ ପାରିବେ। ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
Popular Categories



