www.samajalive.in
Sunday, December 14, 2025
23.1 C
Bhubaneswar

ଫାଟିଲା ଗ୍ୟାସ ; ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ଓ ୨ ଶିଶୁ

ପାଲଲହଡା : ଅନୁଗୋଳ ପାଲଲହଡା ଅଞ୍ଚଳରେ ଭାୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ସଇଡା ପଞ୍ଚାୟତ ଜୋକପାଣି ଗାଁରେ ଗ୍ୟାସ ଟାଙ୍କି ଫାଟି ଘର ଜଳିଯାଇଛି। ଏହି ଘଟଣାରେ ଜଣେ ଗର୍ଭବତୀ ମା’ଙ୍କ ସମେତ ଦୁଇ ଜଣ ଶିଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଶନିବାର ଅପରାହ୍ନରେ, ଭାସ୍କର ମୁଣ୍ଡା କୌଣସି କାମରେ ବାହାରକୁ ଯାଇଥିବାବେଳେ ନିଜର ଗର୍ଭବତୀ ସ୍ତ୍ରୀ ସୁନାରୀ ମୁ୍ଣ୍ଡା ଘରେ ନିଜର ୫ ଓ ୩ ବର୍ଷର ଦୁଇ ଛୁଆକୁ ଶୁଆଇ ଦେଇ ଘର ପାଖ ନଳକୁଅକୁ ପାଣି ଆଣିବାକୁ ଯାଇଥିଲେ । ଏତିକିବେଳେ ଘର ଭିତରୁ ଜୋରରେ ଶବ୍ଦ ଶୁଭିଥିଲା। ଶବ୍ଦ ଶୁଣି ସୁନାରୀ ଘରକୁ ଦୌଡି ଆସି ଦେଖିଲାବେଳକୁ ଘରେ ନିଆଁ ଲାଗିଯାଇଥିଲା । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ମାନେ ଦୌଡ଼ି ଆସି ଘରେ ଶୋଇଥିବା ଦୁଇ ଶିଶୁକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ହେଲେ ସଙ୍ଗେ ସଙ୍ଗେ ନିଆଁ ବ୍ୟାପି ତିନି ବଖରା ଘର ସମ୍ପୂର୍ଣ ଜଳିଯାଇଥିଲା। ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ। ଘରେ ଥିବା ରୋଷେଇ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories