www.samajalive.in
Monday, December 15, 2025
26.1 C
Bhubaneswar

ଏପ୍ରିଲ ୧୨ରେ ମୁକ୍ତିଲାଭ କରିବ ‘ପିଏମ୍‌ ନରେନ୍ଦ୍ର ମୋଦୀ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ ନରେନ୍ଦ୍ର ମୋଦୀ’ ଆଗାମୀ ଏପ୍ରିଲ ୧୨ରେ ମୁକ୍ତିଲାଭ କରିବ ବୋଲି ଶୁକ୍ରବାର ଏହାର ପ୍ରଯୋଜକମାନେ ଘୋଷଣା କରିଛନ୍ତି। ସନ୍ଦିପ ସିଂହ, ଆନନ୍ଦ ପଣ୍ଡିତ ଓ ସୁରେଶ ଓବରଏଙ୍କ ଦ୍ବାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଅଭିନେତା ବିବେକ ଓବରଏ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୨୦୧୯ ଲୋକସଭା ନିର୍ବାଚନ ପରେ ପୁନଃ କ୍ଷମତାକୁ ଫେରିବାକୁ ଉଦ୍ୟମ ଚଳାଇଥିବା ବେଳେ ଦଳ ମୋଦୀଙ୍କୁ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପରଦିନ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ କରାଇବାକୁ ପ୍ରଯୋଜକମାନେ ସ୍ଥିର କରିଛନ୍ତି। ଜାନୁଆରୀ ୨୮ରେ ଏହି ଚଳଚ୍ଚିତ୍ର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉତ୍ତରାଖଣ୍ଡ ଓ ମୁମ୍ବଇରେ ଏହାର ସୁଟିଂ କରାଯାଇଛି। ଏଥିରେ ଅଭିନେତ୍ରୀ ଜରିନା ୱାହାବ ମୋଦୀଙ୍କ ମା’ ହୀରାବେନ, ବରଖା ବିଷ୍ଟ ମୋଦୀଙ୍କ ପରିତ୍ୟକ୍ତ ପତ୍ନୀ ଯଶୋଦାବେନ ଓ ମନୋଜ ଯୋଶୀ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଭୂମିକା ନିର୍ବାହ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories