ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପରିସ୍ଥିତି ଆକଳନ କରୁଛନ୍ତି ପର୍ଯ୍ୟବେକ୍ଷକ ଦଳ

0

ଶ୍ରୀନଗର: କଂଗ୍ରେସ, ପିଡିପି ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳଙ୍କ ସହ ଶ୍ରୀନଗରରେ ସାକ୍ଷାତ ଆଲୋଚନା କରିଛନ୍ତି। ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ଲାଗି ପରିସ୍ଥିତି ଆକଳନ କରିବାକୁ ଏହି ପର୍ଯ୍ୟବେକ୍ଷକ ଦଳ ରାଜ୍ୟ ଗସ୍ତ କରିଛନ୍ତି। ତେବେ ନେସନାଲ କନ୍ଫରେନ୍ସ ପର୍ଯ୍ୟବେକ୍ଷକ ଦଳ ସହ ସାକ୍ଷାତ କରିନାହିଁ। ମିଳିଥିବା ସୂଚନା ଅନୁଯାୟୀ ବିନୋଦ ଜୁଟ୍‍ସୀ, ନୂର ମହମ୍ମଦ ଓ ଏ.ଏସ୍‍. ଗିଲ୍‍ଙ୍କୁ ନିର୍ବାଚନ ଆୟୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ଦଳ ମୁଖ୍ୟ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧି, ଜିଲ୍ଲା ନିର୍ବାଚନ ଅଧିକାରୀ, ନରାପତ୍ତା ଅଧିକାରୀ ଓ ଅନ୍ୟ ଭାଗିଦାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ମଧ୍ୟ ଏହି ଦଳ ଜାମ୍ମୁରେ ମଧ୍ୟ ବୈଠକ କରିବେ।

Leave A Reply