www.samajalive.in
Thursday, December 11, 2025
16.1 C
Bhubaneswar

ହିମଖଣ୍ଡରୁ ୨ ଯବାନଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ଭାରତ ଓ ତିବତ୍ ସୀମାନ୍ତ ଡୋଗରୀ ନାଳ ହିମଖଣ୍ଡରେ ଦବି ରହିଥିବା ଦୁଇ ଜଣ ଯବାନଙ୍କ ମୃତଦେହ ୨୨ ଦିନ ପରେ ଉଦ୍ଧାର ହୋଇଛି । ସହିଦ ଯବାନଙ୍କ ପରିଚୟ ମିଳିଛି । ହିମାଚଳ ପ୍ରଦେଶର ନିରମଣ୍ଡର ବିଦେଶ କୁମାର ଏବଂ ଜମ୍ମୁର ଅର୍ଜୁନଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଗତ ଜାନୁଆରୀ ୨୦ ତାରିଖରେ ଡୋଗରୀ ନାମକ ସ୍ଥାନରେ ସେନାର ୬ ଜଣ ଯବାନ ପାଟ୍ରୋଲିଙ୍ଗ କରୁଥିବା ସମୟରେ ହିମସ୍ରୋତ ମାଡି ଆସିଥିଲା । ଏଥିରେ ଯବାନମାନେ ଫସି ଯାଇଥିଲେ । ଦୁର୍ଘଟଣା ପରେ ୪ ଜଣ ଯବାନଙ୍କ ମୃତଦେହ ଜବତ ହୋଇଥିବା ବେଳେ ୨ ଜଣ ନିଖୋଜ ଥିଲେ । ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଗୁରୁବାର ସକାଳେ ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ସହ ୨୩ ଦିନ ଧରି ଚାଲିଥିବା ତଲାସୀ ଅଭିଯାନ ଶେଷ ହୋଇଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories